ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପରେ ହରେକୃଷ୍ଣଙ୍କ ପରିବାର ସଦସ୍ୟମାନେ ଏକ ମହତ୍ ପଦକ୍ଷେପ ଗ୍ରହଣ କରି ଚକ୍ଷୁଦାନ ପାଇଁ ‘ଦୃଷ୍ଟିଦାନ ଆଇ ବ୍ୟାଙ୍କ’ ସହ ଯୋଗାଯୋଗ କରିଥିଲେ। ଆଇ ବ୍ୟାଙ୍କର କର୍ମକର୍ତ୍ତାମାନେ ପହଞ୍ଚି ମୃତକଙ୍କ ଚକ୍ଷୁ ସଂଗ୍ରହ କରିବା ସହ ପରିବାରକୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ମୃତ ହରେକୃଷ୍ଣ ରାଉତଙ୍କ ଦୁଇ ପୁଅ ହିମାଂଶୁ ଓ ରାଜୁଙ୍କ ସମେତ ପରିବାର ସଦସ୍ୟଙ୍କ ଏହି ମହତ୍ କାର୍ଯ୍ୟକୁ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ମହଳରେ ପ୍ରଶଂସା କରାଯାଉଛି। ସେମାନଙ୍କ ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share