Categories: ଜାତୀୟ

ଭାଜପା ମୋତେ ମାରି ଦେବାକୁ ଚାହୁଁଛି: ହାର୍ଦ୍ଦିକ

ରାଜକୋଟ,୨୦।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାଜପା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଭାଜପା ଚେଷ୍ଟା କରୁଛି ତାଙ୍କୁ ଆକ୍ରମଣ କରି ମାରି ଦେବାକୁ। ଶୁକ୍ରବାର ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ କେହି ଅଜଣା ବ୍ୟକ୍ତି ତାଙ୍କୁ ଚାପୁଡା ମାରିବା ପରେ ହାର୍ଦ୍ଦିକ ଏମିତି କଥା କହିଛନ୍ତି। ସୂଚନାଯୋଗ୍ୟ, ହାର୍ଦ୍ଦିକଙ୍କୁ ମାଡ ମାରିବା ପରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି କି, ଯେମିତି ହରେନ ପାଣ୍ଡ୍ୟାଙ୍କୁ ହତ୍ୟା କରି ତାକୁ ଏନ୍‌କାଉଣ୍ଟରର ରୂପ ଦିଆଗଲା ସେମିତି ଭାବେ ଭାଜପା ମୋତେ ମାରିବାକୁ ଚାହୁଁଛି। କାରଣ ଯେଉଁ ବ୍ୟକ୍ତି ମୋତେ ଚାପୁଡା ମାରିଛନ୍ତି ତାଙ୍କର ଭାଜପା ସହ ସମ୍ପର୍କ ରହିଛି। ଆପଣମାନେ ଚାହିଁଲେ ତାଙ୍କ ଫେସବୁକ୍‌ ଆକାଉଣ୍ଟ ଦେଖି ପାରିବେ ବୋଲି ହାର୍ଦ୍ଦିକ କହିଛନ୍ତି।

Share