Categories: ଖେଳ

ପୁରୁଣା ଭିଡିଓ ପୋଷ୍ଟ କରି ହାର୍ଦ୍ଦିକ କହିଲେ ‘ଯଦି ମୁଁ କରିପାରିଲି, ତେବେ କେହି ବି କରିପାରିବେ’; ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ୨୦୧୧ ର। ଏଥିରେ ସେ ଯୁବ ବ୍ୟାଟ୍ସମ୍ୟାନ ଭାବେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଲମ୍ବା ଲମ୍ବା ଛକା ମାରିଥିବା ନଜର ଆସୁଛି।

ଘରୋଇ କ୍ରିକେଟରେ ପାଣ୍ଡ୍ୟା ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ତାଙ୍କୁ ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା। ୨୦୧୬ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଫାଷ୍ଟ କ୍ଲାସ ଏବଂ ଲିଷ୍ଟ-ଏ ଖେଳିବା ଛଡ଼ା ସେ ଅନେକ ଘରୋଇ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ବିଶେଷକରି ସେ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ଯୋଗୁ ଲୋକପ୍ରିୟତା ହାସଲ କରିଥିଲେ।

ତେବେ ହାର୍ଦ୍ଦିକ ନିଜର ପୁରୁଣା ଭିଡିଓ ସହ ଏକ ପ୍ରେରଣାଦାୟକ କ୍ୟାପ୍‌ସନ ଲେଖି ଯୁବକମାନଙ୍କୁ ଉତ୍ସାହିତ କରିଛନ୍ତି। ୨୦୧୧ର-ହାତରେ ବ୍ୟାଟ୍‌ ଧରିଥିବା ପିଲା ଥିଲି। କିଛି ବଡ଼ କରିବାର ସ୍ବପ୍ନ ଦେଖିଥିଲେ। ଯଦି ମୁଁ ଏହା କରିପାରିଲି ତେବେ କେହି ବି ଏହା କରିପାରିବ ବୋଲି ସେ କ୍ୟାପ୍‌ସନରେ ଲେଖିଛନ୍ତି।

Share