Posted inଖେଳ

ପୁଅର ନାମ କ’ଣ ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଜାଣନ୍ତୁ

ନୂଆଦିଲ୍ଲୀ, ୫।୮: ନିକଟରେ ପିତୃତ୍ୱ ଲାଭ କରିଥିବା ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ହାର୍ଦ୍ଦିକ କେତେବେଳେ ନବଜାତ ପୁଅ ସହ ତ ପୁଣି କେତେବେଳେ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ଏକାଠି ଥିବାର ହୋଇଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସଦ୍ୟତମ ଘଟଣାକ୍ରମେ ହସ୍ପିଟାଲରେ ପାଖାପାଖି ଗୋଟିଏ ସପ୍ତାହ ରହିବା ପରେ ହାର୍ଦ୍ଦିକ ସ୍ତ୍ରୀ ନତାଶା ଓ ନବଜାତ ସନ୍ତାନକୁ ନେଇ ଘରକୁ ଫେରିଛନ୍ତି। ହାର୍ଦ୍ଦିକ ଯେତେବେଳେ ଘରେ ପହଞ୍ଚତ୍ଥିଲେ ସେଠାରେ ତାଙ୍କ ଭାଉଜ ତଥା କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ନବଜାତ ସନ୍ତାନ ପାଇଁ ଏକ ବଡ଼ ସ୍ବାଗତର ଆୟୋଜନ କରିଥିଲେ। ପୁରା ଘର ବେଲୁନରେ ସାଜସଜ୍ଜା ହୋଇଥିଲା। ଭାଉଜଙ୍କ ଏଭଳି ସାଜସଜ୍ଜାକୁ ଦେଖି ହାର୍ଦ୍ଦିକ ବହୁତ ଖୁସି ହୋଇଯାଇଥିଲେ। ପାଙ୍ଖୁରୀ ମଧ୍ୟ ଏହି ଅବସରରେ ଏକ ଛୋଟିଆ ପାର୍ଟିର ଆୟୋଜନ କରିଥିଲେ।

ତେବେ ପାର୍ଟିରେ ଯେଉଁ କେକ୍‌ କଟାଯାଇଥିଲା ସେହି କାରଣରୁ ହାର୍ଦ୍ଦିକଙ୍କ ନବଜାତ ପୁତ୍ର ସନ୍ତାନର ନାମ କ’ଣ ରଖିଛନ୍ତି ତାହା ଜଣାପଡ଼ିଯାଇଛି। ହାର୍ଦ୍ଦିକ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପକ୍ଷରୁ ପୂର୍ବରୁ ନବଜାତ ସନ୍ତାନର ନାମ ପ୍ରକାଶ କରାଯାଇ ନ ଥିଲା। କିନ୍ତୁ ଏହି କେକ୍‌ ଏବେ ହାର୍ଦ୍ଦିକଙ୍କ ପୁଅର ନାମ ଖୁଲାସା କରିଛି। କେକ୍‌ କମ୍ପାନୀ ପକ୍ଷରୁ ଏହାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ କେକ୍‌ ଉପରେ ‘ସ୍ବାଗତ ହେ ନତାଶା ଓ ଅଗସ୍ତ୍ୟା’ ବୋଲି ଲେଖାଯାଇଛି। ଫଳରେ ହାର୍ଦ୍ଦିକଙ୍କ ପୁଅର ନାମ ଅଗସ୍ତ୍ୟା ବୋଲି ଏଥିରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri