Posted inଖେଳ

ଡେବ୍ୟୁ ମାଚ୍‌ରେ କ୍ୟାରିୟର ଶେଷ ହେବା ଭଳି ମନେ ହୋଇଥିଲା, ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର 

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ରହିଛି। କାରଣଟି ହେଲା ଅଗଷ୍ଟ ୧୫ ତାରିଖରେ ଧୋନୀ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏଣୁ ଆଇପିଏଲ୍‌ ଆରମ୍ଭ ପୂର୍ବରୁ ଅଧିକ ଚର୍ଚ୍ଚାରେ ସେ।
ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶ୍ରେଷ୍ଠ ଦଳରେ ପରିଣତ କରିବା ପଛରେ ଧୋନୀଙ୍କ ବଡ଼ ଯୋଗଦାନ ରହିଛି। ତାଙ୍କ ଅଧିନାୟକତ୍ୱରେ ଅନେକ ଖେଳାଳି ଖେଳିବାର ସୁଯୋଗ ପାଇଁ ନିଜକୁ ଧନ୍ୟ ମନେ କରନ୍ତି। ସେଭଳି ଜଣେ ହେଲେ ହାର୍ଦ୍ଦିକ ପାଣ୍ୟା।
ହାର୍ଦ୍ଦିକ ଏବେ ଭାରତୀୟ କ୍ରିକେଟ ଦଳର ସଫଳ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୬ ଜାନୁୟାରୀ ୨୬ ତାରିଖରେ ଏଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ସେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ।ଏହି ପାଳିର ୮ମ ଓଭରରେ ସେ ବୋଲିଂ କରିଥିଲେ। ହେଲେ ପ୍ରଥମ ତିନୋଟି ବଲ୍‌ ଓ୍ବାଇଡ୍‌ ହୋଇଥିଲା। ପର ବଲ୍‌ଟିରେ କୌଣସି ରନ୍‌ ହୋଇ ନ ଥିଲା। ହେଲେ ଏହାପରେ ଷ୍ଟିଭ୍‌ ସ୍ମିଥ୍‌ ୨ ରନ୍‌ ଓ ୧ ରନ୍‌ ନେଇ ଏରୋନ୍‌ ଫିଚ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ସେ ଆସୁଆସୁ ପ୍ରଥମେ ଛକ୍କା ମାରିଦେଇଥିଲେ। ଏହାପରେ ସେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ଫଳରେ କ୍ୟାରିୟରର ପ୍ରଥମ ଓଭରରେ ୧୯ ରନ୍‌ ଦେଇଥିଲେ। ଏଭଳି ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ସବୁକିଛି ଶେଷ ହୋଇଯିବା ପରି ଲାଗିଥିଲା। ହେଲେ ଧୋନୀ ତାଙ୍କ ଉପରେ ରାଗି ନ ଥିଲେ। ପୁଣି ଥରେ ୧୫ ଓ ୧୭ ଓଭର ବୋଲିଂ କରିବାକୁ ଦେଇଥିଲେ।
ମାତ୍ର ପୁଣି ହାର୍ଦ୍ଦିକ ବଲ୍‌ରେ ଛକା ମାରିଥିଲେ କ୍ରିସ୍‌ ଲିନ୍‌ । ଭାଗ୍ୟ ସାଥ୍‌ ଦେଉ ନ ଥିବା ପରି ମନେ ହେଉଥିବା ବେଳେ ହଠାତ୍‌ ୧୫ ଓଭରର ଶେଷ ବଲ୍‌ରେ ତାଙ୍କୁ ଆଉଟ୍‌ କରିଦେଇଥିଲେ ହାର୍ଦ୍ଦିକ। ୧୭ ଓଭରର ପ୍ରଥମ ବଲ୍‌ରେ  ମାଥ୍ୟୁ ଓ୍ବେଡ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। ତେବେ ସେ ହାଟ୍ରିକ୍‌ ନେଇ ପାରି ନ ଥିଲେ ହେଁ ଧୋନୀଙ୍କ ପକ୍ଷରୁ ଦିଆଯାଇଥିବା ଭରସା ପାଇଁ ଆଜି ସେ ଏହି ସୋପାନରେ ପହଞ୍ଚିଥିବା ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଛନ୍ତି। ସେ ଖେଳାଳିମାନଙ୍କୁ ଚିହ୍ନି ପାରନ୍ତି ବୋଲି ହାର୍ଦ୍ଦିକ ମଧ୍ୟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri