Posted inଖେଳ

କେବେ ପଡ଼ିଆକୁ ଫେରିବେ ପାଣ୍ଡ୍ୟା, ଫିଟ୍‌ନେସକୁ ନେଇ ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୨୬।୧୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଅପଡେଟ୍‌ ଅନୁଯାୟୀ ହାର୍ଦ୍ଦିକ ଖୁବ୍‌ଶୀଘ୍ର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏହି ସପ୍ତାହରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ। ତାଙ୍କୁ ଇଞ୍ଜେକ୍ସନ ଦେଇ ମ୍ୟାଚ ପଠାଇବା ପାଇଁ ବିସିସିଆଇର ବିକଳ୍ପ ଥିଲା, କିନ୍ତୁ ବୋର୍ଡ ଚାହୁଁଛି ଯେ ପ୍ରାକୃତିକ ଢଙ୍ଗରେ ସମ୍ପୂର୍ଣ୍ଣ ଫିଟ ହେବା ପରେ ହାର୍ଦ୍ଦିକ ପଡ଼ିଆକୁ ଫେରନ୍ତୁ। କ୍ରମାଗତ ପାଞ୍ଚଟି ବିଜୟ ପରେ ଭାରତୀୟ ଦଳ ୧୦ ପଏଣ୍ଟ ସହ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବା ପଥରେ ଥିବାରୁ ପାଣ୍ଡ୍ୟାଙ୍କୁ ନିଜେ ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ୍‌ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ସେଥିପାଇଁ ପାଣ୍ଡ୍ୟା ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ଖେଳିବେ ନାହିଁ।

ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ପରିସ୍ଥିତି ଏପରି ଥିଲା ଯେ ତାଙ୍କୁ ତୁରନ୍ତ ମଇଦାନ ଛାଡିବାକୁ ପଡିଥିଲାା। ଏହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ସେ ଟିମ ଇଣ୍ଡିଆର ପରବର୍ତ୍ତୀ ବିଶ୍ୱକପ ମ୍ୟାଚରେ ମଧ୍ୟ ଅନୁପସ୍ଥିତ ରହିବେ। ଏହି ସମୟରେ, ସେ ଏନସିଏରେ ରହିବେ ଏବଂ ତାଙ୍କ ପୁନରୁଦ୍ଧାର ଉପରେ ଧ୍ୟାନ ଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?