ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାରତ ଜିତିଲା ମ୍ୟାଚ୍‌

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ରେ ଭାରତ ପୁଣିଥରେ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଜିତାଇଛି । ଏଥି ସହିତ ପାଣ୍ଡ୍ୟା ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଏହି ମ୍ୟାଚ୍‌ରେ ୫୦ ରନ୍‌ ସହିତ ହାର୍ଦ୍ଦିକ୍‌ ଟି-୨୦ ବିଶ଼୍ବକପ୍‌ ଇତିହାସରେ ୩୦୦ ରନ୍‌ ପୂରଣ କରିଛନ୍ତି । ଯାହାକି ପ୍ରଥମକରି କୌଣସି ଭାରତୀୟ ଖେଳାଳି ପୂରଣ କରିଛନ୍ତି । ୨୧ ମ୍ୟାଚ୍‌ ଖେଳି ସେ ଏହି ରେକର୍ଡ କରିଛନ୍ତି । ଏହାଛଡ଼ା ତାଙ୍କ ଖାତାରେ ୨୧ ୱିକେଟ୍‌ ଯୋଡ଼ି ହୋଇଛି । ସେ ପ୍ରଥମ ଭାରତୀୟ ଭାବେ ୨୦ ୱିକେଟ୍‌ ଏବଂ ୩ ଶହ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି ।

ସୂଚନା ଥାଉକି, ଗତକାଲି ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚ୍‌ରେ ୫୦ ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୬ ରନ୍‌ କରିଥିଲା।

ଜବାବରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା(୨୩) ଓ ବିରାଟ କୋହଲି(୩୭) ପ୍ରଥମ ୱିକେଟ୍‌ରେ ୩୯ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍‌ କରିଥିଲେ। ଶିବମ ଦୁବେ କ୍ରିଜ୍‌ରେ ଯୋଗ ଦେଇ୨୪ ବଲ୍‌ରୁ ୩୪ ରନ୍‌ କରି ଆଉଟ ହୋଇଥିଲେ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା୨୭ ବଲ୍‌ ଖେଳି ୫୦ ରନ୍‌ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍‌ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ୱିକେଟ୍‌ ନେଇଥିଲେ। ୧୯୭ ରନ୍‌ ଲକ୍ଷ୍ୟରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍‌ କରିଥିଲା।

ବାଂଲାଦେଶ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ଶନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ରିଶଦ ହୋସେନ ୨୪ ରନ୍‌ କରିଥିଲେ। କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍‌ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ୱିକେଟ୍‌ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri