Categories: ଖେଳ

୫ ମାସ ପୂରଣ କଲେ ଛୋଟ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ୨୦୨୦ ଜୁଲାଇ ୩୦ରେ ମାତାପିତା ହୋଇଥିଲେ। ଡିସେମ୍ବର ୩୦ରେ ଦୁହଁିଙ୍କ ଶିଶୁ ଅଗସ୍ତ୍ୟ ପାଞ୍ଚ ମାସ ପୂରଣ କରିଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ନତାସା ପାର୍ଟିର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ଆମ ପୁଅକୁ ୫ ମାସ … ନତାସା ଆଉ ଆମେ ବହୁତ ଭାଗ୍ୟବାନ। ନିକଟରେ ହାର୍ଦ୍ଦିକ ତାଙ୍କ ଶିଶୁପୁତ୍ର ଅଗସ୍ତ୍ୟଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ସାଣ୍ଟା କ୍ଲଜରେ ରୂପରେ ନଜର ଆସିଥିଲେ। ୨୦୨୦, ମେରେ ନତାସା ଏବଂ ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ତାଙ୍କ ଗର୍ଭଧାରଣ ଏବଂ ବିବାହ ବିଷୟରେ ଘୋଷଣା କରିଥିଲେ।

Share