Categories: ଖେଳ

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ନତାଶାଙ୍କୁ ମେଡିକାଲ ନେଇ ଯିବା ପୂର୍ବରୁ ହାର୍ଦ୍ଦିକ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଫଟୋ କ୍ୟାପସନ୍‌ରେ ଲେଖିଥିଲେ ‘କମିଙ୍ଗ୍‌ ସୁନ୍‌’ (ଶୀଘ୍ର ଆସୁଛି)। ଫଟୋରେ ଉଭୟ ବେଶ୍‌ ଖୁସି ଥିବା ଜଣାପଡୁଥିଲେ। ଚଳିତବର୍ଷ ଜାନୁୟାରୀ ୧ରେ ହାର୍ଦ୍ଦିକ ଏବଂ ନତାଶାଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଦୁଇ ମାସ ପୂର୍ବରୁ ନତାଶା ଗର୍ଭବତୀ ଥିବା କଥା ନିଜ ପ୍ରଶଂସକଙ୍କ ସହ ଶେୟାର କରିଥିଲେ ହାର୍ଦ୍ଦିକ। ଏହାପରେ ଉଭୟ ସୋସିଆଲ ମିଡିଆରେ ବିଭିନ୍ନ ଖୁସି ମୂହୁର୍ତ୍ତର ଫଟୋ ଶେୟାର କରୁଥିଲେ।

Share