Categories: ଖେଳ

ହାର୍ଦ୍ଦିକ କହିଲେ କିଏ ପ୍ରିୟ

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଜାତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ନିଜର ଯୁବ ସମୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍‌ କଲିସଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ସେ। ହେଲେ ଏବେ ହାର୍ଦ୍ଦିକ ଏସ୍‌ଜି ପୋଡକାଷ୍ଟ ସହ କଥାବାର୍ତ୍ତା ହୋଇ ସେ ଓ୍ବାସିମ୍‌ ଜାଫରଙ୍କୁ ନିଜର ପ୍ରିୟ କ୍ରିକେଟର ବୋଲି କହିଛନ୍ତି।

ହାର୍ଦ୍ଦିକ କହିଛନ୍ତି, ଅନ୍ୟମାନଙ୍କ ପରି ମୋର ମଧ୍ୟ ପ୍ରିୟ କ୍ରିକେଟର ଅଛନ୍ତି। ମୁଁ ଜ୍ୟାକ୍‌ କଲିସ୍‌, ବିରାଟ ଏବଂ ସଚିନଙ୍କୁ ଭଲ ପାଉଥିଲି। ଅନେକ ଅଭିଜ୍ଞ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଆପଣ ବାଛି ପାରିବେ ନାହିଁ। ମୋର ପ୍ରିୟ କ୍ରିକେଟର ଓ୍ବାସିମ ଜାଫର ଥିଲେ। ତାଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ପସନ୍ଦ କରୁଥିଲି। ତାଙ୍କୁ ମୁଁ ଅନ୍ୟ କିମ୍ବଦନ୍ତୀ ଖେଳାଳିଙ୍କ ଉପରେ ସର୍ବଦା ରଖେ। ବ୍ୟାଟିଂରେ ତାଙ୍କୁ କପି କରିବାକୁ କେବେ ବି ଚାହିଁ ନାହିଁ। ହେଲେ ତାଙ୍କ ପରି କ୍ଲାସ କେବେ ଆସି ନାହିଁ।

କହିରଖୁଛୁ, ଜାଫର୍‌ ରଣଜୀ ଟ୍ରଫି ଏବଂ ଇରାନି ଟ୍ରଫିରେ ସର୍ବାଧିକ ରନ୍‌ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌। ଜାଫର ଭାରତ ପାଇଁ ୩୧ ଟେଷ୍ଟ ଏବଂ ୨ ଦିନିକିଆ ଖେଳିଛନ୍ତି।

Share