Posted inଖେଳ

ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…

ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି।

୨୦୧୫ରୁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା। ସେତେବେଳେ ସେ ମୁମ୍ବାଇ ଟିମ୍‌ରେ ଥିଲେ। ୨୦୨୧ ଯାଏ ସେ ଦଳ ସହ ଥିଲେ। ହେଲେ ୨୦୨୨ରେ ତାଙ୍କୁ ରିଟେନ୍‌ ନ କରାଯିବା ପରେ ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଡେବ୍ୟୁ ସିଜନରେ ସେ ଦଳକୁ ଟାଇଟଲ ବିଜେତା କରିଥିଲେ। ପରେ ୨୦୨୩ରେ ଦଳ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାଜିତ ହୋଇଥିଲା। ଏବେ ପୁଣିଥରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିଥିବା ବେଳେ ରୋହିତ ଶର୍ମାଙ୍କୁ ହଟାଯାଇ ନୂଆ ଦାୟିତ୍ୱ ତାଙ୍କୁ ମିଳିଛି।

ଏବେ ପାଣ୍ଡ୍ୟାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଜାମନଗରରେ ପହଞ୍ଚିଛନ୍ତି। ପାଣ୍ଡ୍ୟାଙ୍କ ସ୍ବାଗତରେ ରାସ୍ତାର ଉଭୟ ପଟେ ଘୋଡ଼ା ରହିଛନ୍ତି। ସେ ଆସିବା ପରେ ବାଦ୍ୟ ବାଜୁଛି। ପରେ ତାଙ୍କ ଗାଡ଼ିଟି ଭିତରକୁ ଯିବା ପରେ ଘୋଡ଼ାଗୁଡ଼ିକ ପଛରେ ପହଞ୍ଚୁଛନ୍ତି। ୩୦ ସେକେଣ୍ଡର ଏହି ଭିଡିଓଟିକୁ ଦେଖି ମହାରାଜାଙ୍କ ଭଳି ତାଙ୍କର ସ୍ବାଗତ କରାଯାଇଥିବା ଲୋକେ କହୁଛନ୍ତି।

କହିରଖୁଛୁ, ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମର ଅଂଶ ଥିଲେ ପାଣ୍ଡ୍ୟା। ହେଲେ ସେ ଦଳ ସହ ଚତୁର୍ଥ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏବେ ସେ ଚିକିତ୍ସିତ ହୋଇ ଫିଟ୍‌ ହୋଇସାରିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri