Categories: ଖେଳ

ଓ୍ବାର୍ଲଡ କପରୁ ବାହାରିଯିବା ପରେ ଭାବୁକ ହେଲେ ପାଣ୍ଡ୍ୟା

ମୁମ୍ବାଇ,୪।୧୧: ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୩ବିଶ୍ୱକପରୁ ବାହାରି ଯାଇଛନ୍ତି। ଆହତ କାରଣରୁ ସେ ପୁରା ଟୁର୍ନାମେଣ୍ଟରୁ ବାହାରି ଯାଇଛନ୍ତି। ସୂଚନାଯୋଗ୍ୟ, ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ। ଟୁର୍ନାମେଣ୍ଟରୁ ବାହାରିବା ପରେ ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ। ପାଣ୍ଡ୍ୟା ଏହା ମାଧ୍ୟମରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ କୃଷ୍ଣ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ପାଣ୍ଡ୍ୟା ଏକ୍ସରେ ଏକ ଫଟୋ ଶେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ବିଶ୍ୱକପର ଅବଶିଷ୍ଟ ମ୍ୟାଚରେ ମୁଁ ଖେଳି ପାରିବି ନାହିଁ ବୋଲି ବିଶ୍ୱାସ କରିବା କଷ୍ଟକର। ମୁଁ ଉତ୍ସାହର ସହିତ ଦଳ ସହିତ ରହିବି ଏବଂ ପ୍ରତ୍ୟେକ ଖେଳର ପ୍ରତ୍ୟେକ ବଲରେ ସେମାନଙ୍କୁ ଉତ୍ସାହିତ କରିବି। ଆପଣଙ୍କର ଶୁଭେଚ୍ଛା, ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏହି ଦଳ ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ମୁଁ ନିଶ୍ଚିତ ଯେ ଆପଣ ଆମ ଯୋଗୁଁ ଗର୍ବ ଅନୁଭବ କରିବେ।
ହାର୍ଦ୍ଦିକଙ୍କ ଏହି ଏକ୍ସ ପୋଷ୍ଟକୁ ଖୁବ କମ ସମୟ ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକ ଦେଖିଥିଲେ। ଏହା ସହିତ, ୧୮ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିଲେ। ପାଣ୍ଡ୍ୟାଙ୍କ ପ୍ରଶଂସକମାନେ ଏଥିରେ କମେଣ୍ଟ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ। ସେବେଠାରୁ ସେ ଏକାଦଶ ଖେଳିବା ବାହାରେ ଅଛନ୍ତି। ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚଗୁଡ଼ିକର ହାର୍ଦ୍ଦିକ ଅଂଶ ନଥିଲେ।

Share