ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବରଙ୍କୁ ପରାସ୍ତ କରି ବିଶାଳ ପୁରସ୍କାର ରାଶି ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପରେ କଲେ ଏମିତି ମିଳୁଛି ଖୁବ…

ନୂଆଦିଲ୍ଲୀ,୧।୧୧: ମିଷ୍ଟର ବିଷ୍ଟ (MrBeast) ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବେସବଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କ ପାଇଁ ୧,୦୦,୦୦୦ ଆମେରିକୀୟ ଡଲାରର ପୁରସ୍କାର ରଖାଯାଇଥିଲା। ବିଶ୍ୱର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର୍‌ ‘ମିଷ୍ଟର ବିଷ୍ଟ’, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବେସବଲ ଶଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ, ହାର୍ଦ୍ଦିକ ଯେ ପ୍ରଥମ ଥର ପାଇଁ ଏହି ଖେଳ ଖେଳୁଛନ୍ତି, ତାହା କେହି ବିଶ୍ୱାସ ମଧ୍ୟ କରିପାରିବେ ନାହିଁ।
ଭାରତ ଗସ୍ତ ସମୟରେ, ମିଷ୍ଟର ବିଷ୍ଟ ଅଭିନେତା ରଣବୀର କପୁରଙ୍କୁ ମଧ୍ୟ ଭେଟିଥିଲେ ଏବଂ ଆଗ୍ରା ସ୍ଥିତ ତାଜମହଲ ପରିଦର୍ଶନ କରିଥିଲେ। ବେସବଲ ଚ୍ୟାଲେଞ୍ଜରେ, ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୁକାବିଲା କରିଥିଲେ, ଯେଉଁଥିରେ ବଲକୁ ତିନି ଥର ଷ୍ଟାଡିୟମ ବାହାରକୁ ପଠାଇବାର ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।
ମିଷ୍ଟର ବିଷ୍ଟ (MrBeast) କହିଲେ ଯେ ପିଲାଦିନେ ସେ ବେସବଲ ଖେଳୁଥିଲେ ଏବଂ ତାଙ୍କ ପାଖରେ ଏ ସମ୍ବନ୍ଧୀୟ କିଛି ଦକ୍ଷତା ମଧ୍ୟ ରହିଛି, ଅନ୍ୟପକ୍ଷରେ ହାର୍ଦ୍ଦିକ କହିଲେ ଯେ ସେ ପୂର୍ବରୁ କେବେବି ବେସବଲ ଖେଳି ନାହାନ୍ତି। ତାଙ୍କର ପ୍ରଥମ ଶଟ ଷ୍ଟାଡିୟମ ବାହାରକୁ ଯାଇପାରିଲା ନାହିଁ ସତ, କିନ୍ତୁ ଏହା ବାଉଣ୍ଡାରୀ ଲାଇନର ଅତି ନିକଟରେ ଯାଇ ପଡ଼ିଲା। ଏହା ଦେଖି ୟୁଟ୍ୟୁବର୍‌ ଜଣକ ବେଶ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ‘କିଏ ବା ଅନୁମାନ କରିପାରିବ ଯେ ଏହା ତାଙ୍କର ପ୍ରଥମ ବେସବଲ ଶଟ ଥିଲା?’

ହାର୍ଦ୍ଦିକ ଏହି ଚ୍ୟାଲେଞ୍ଜରେ ବିଜୟୀ ହୋଇଥିଲେଯେଉଁଥିରେ ୧,୦୦,୦୦୦ ଆମେରିକୀୟ ଡଲାର (ପାଖାପାଖି ୯୫ ଲକ୍ଷ ଭାରତୀୟ ଟଙ୍କା) ପୁରସ୍କାର ରାଶି ରହିଥିଲା। ସେ ତିନିଥର ବଲକୁ ଷ୍ଟାଡିୟମ ବାହାରକୁ ପଠାଇ ଏହି ସଫଳତା ହାସଲ କରିଥିଲେ। ମିଷ୍ଟର ବିଷ୍ଟ (MrBeast) ଜଣାଇଛନ୍ତି ଯେ, ଭାରତୀୟ କ୍ରିକେଟର ଜଣକ ଜିତିଥିବା ସମସ୍ତ ପୁରସ୍କାର ରାଶି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଆହତଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ହେବ କ୍ରିକେଟ ଠାରୁ ଦୂରରେ ଅଛନ୍ତି। ବର୍ତ୍ତମାନ ସେ ନିଜର ଆଇପିଏଲ (IPL) ଦଳକୁ ନେଇ ଚର୍ଚ୍ଚାରେ ଅଛନ୍ତି; ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ କାର୍ଯ୍ୟ ଜାରି ରଖିପାରନ୍ତି। ପୂର୍ବରୁ ଏଭଳି କଳ୍ପନାଜଳ୍ପନା ଚାଲିଥିଲା ଯେ, ସେ ‘ଟ୍ରେଡ’ (ଖେଳାଳି ଅଦଳବଦଳ) ମାଧ୍ୟମରେ ମୁମ୍ବାଇ ଛାଡ଼ି ଅନ୍ୟ ଏକ ଦଳକୁ ଯାଇପାରନ୍ତି।

Dharitri – Odisha’s No.1, Most Trusted Odia Daily

Share