Categories: ଖେଳ

ଟିମ୍‌ ଇଣ୍ଡିଆରୁ ପଡ଼ିଛନ୍ତି ବାଦ୍‌, ତଥାପି ନୂଆ ଆଇପିଏଲ୍‌ ଟିମ୍‌ର ହେବେ ଅଧିନାୟକ!

ନୂଆଦିଲ୍ଲୀ,୧୧।୧: ଆଇପିଏଲ୍‌ର ୧୫ମ ସଂସ୍କରଣରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଟିମ୍‌ର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଟିମ୍‌ରେ ହାର୍ଦ୍ଦିକଙ୍କ ବ୍ୟତିତ ରାଶିଦ ଖାନ୍‌ ଏବଂ ଈଶାନ କିଶନଙ୍କୁ ମଧ୍ୟ ସାମିଲ କରାଯାଇପାରେ।

ପ୍ରକାଶ ଯେ, ଆଇପିଏଲ୍‌ର ଆସନ୍ତା ସଂସ୍କରଣରେ ୧୦ ଟିମ୍‌ ଭାଗ ନେବେ। ଡିସେମ୍ବରରେ ଟିମ୍‌ଗୁଡ଼ିକ ନିଜ ପସନ୍ଦର ସର୍ବାଧିକ ୪ ଖେଳାଳିଙ୍କ ତାଲିକା ଆଇପିଏଲ୍‌ ମ୍ୟାନେଜ୍‌ମେଣ୍ଟକୁ ପ୍ରଦାନ କରିଥିଲା। ନୂତନ ଭାବେ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ୍‌ ସେମାନଙ୍କ ପସନ୍ଦର ଖେଳାଳିଙ୍କ ତାଲିକା ଚଳିତ ମାସ ଦ୍ୱିତୀୟ ଭିତରେ ପ୍ରଦାନ କରିବେ। ପରେ ମେଗା ଅକ୍ସନ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ହୋଇପାରେ।

Share