ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗୋଟିଏ ଓଭରରେ RCBର ୨ ଜଣ ବଡ଼ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇଥିଲେ। ହାର୍ଦ୍ଦିକ ପ୍ରଥମେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ ଏବଂ ତା’ପରେ ଲିଆମ ଲିଭିଷ୍ଟୋନଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଏହିପରି ହାର୍ଦ୍ଦିକ ଟି-୨୦ କ୍ରିକେଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟରେ ୫୦୦୦ ରନ ଏବଂ ୨୦୦ ଉଇକେଟ ନେବାରେ ପ୍ରଥମ ଭାରତୀୟ ଅଲରାଉଣ୍ଡର ହୋଇଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ଏହି ଚମତ୍କାର କରିପାରି ନ ଥିଲେ। ହାର୍ଦ୍ଦିକଙ୍କ ନାମରେ ଟି-୨୦ କ୍ରିକେଟରେ ୫୩୯୦ ରନ ଅଛି। ହାର୍ଦ୍ଦିକ ଟି-୨୦ରେ ୫୦୦୦ ରନ ଏବଂ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ୧୨ତମ ଖେଳାଳି।

 

ବିରାଟ ଏବଂ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିବା ମାତ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ କ୍ରିକେଟ୍‌ରେ ତାଙ୍କର ୨୦୦ ଉଇକେଟ ପୂରଣ କରିଥିଲେ। ପାଣ୍ଡ୍ୟା ୨୯୧ତମ ଟି-୨୦ ମ୍ୟାଚ୍‌ର ୨୩୨ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ଟି-୨୦ କ୍ରିକେଟରେ ୨୦୦ ୱିକେଟ ହାସଲ କରିବାରେ ୧୭ତମ ଭାରତୀୟ ବୋଲର। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ଚହଲ ୩୬୫ଟି ଉଇକେଟ ନେଇଛନ୍ତି। କେବଳ ୪ ଜଣ ବୋଲର ଟି-୨୦ରେ ୩୦୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ପାଇଛନ୍ତି। ଚହଲଙ୍କ ବ୍ୟତୀତ ଏଥିରେ ପୀୟୁଷ ଚାୱଲା, ଆର ଅଶ୍ୱିନ ଏବଂ ଭୁବନେଶ୍ୱର କୁମାର ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri