Categories: ଖେଳ

ହାର୍ଦ୍ଦିକ ଅଧିନାୟକ, ଶ୍ରେୟସ ବାଦ୍‌… ଭାରତ ପାଇଁ ସହଜ ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ

ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜ ଖେଳିବ ଭାରତ। ମାର୍ଚ୍ଚ ୧୭ରେ ସିରିଜର ପ୍ରଥମ ମୁକାବିଲା ମୁମ୍ବାଇରେ ଖେଳାଯିବ। ଏହି ସିରିଜ ଲାଗି ଟିମ୍‌ ଇଣ୍ଡିଆ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଅଛି।

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଉପଲବ୍ଧ ରହିବେ ନାହିଁ। ପାରିବାରିକ କାରଣରୁ ସେ ଛୁଟି ନେଇଛନ୍ତି। ଏଣୁ ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେବେ।

ସିରିଜ ଆରମ୍ଭ ହେବା ପୂର୍ବରୁ ଶ୍ରେୟସ ଆୟର ଆହତ ହୋଇଛନ୍ତି। ସେ ଅହମ୍ମଦାବାଦ ଟେଷ୍ଟ ପୁରା ଖେଳିପାରି ନ ଥିଲେ। ଏଯାବତ ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ସୁଯୋଗ ମିଳିନାହିଁ।

ଭାରତ ଦିନିକିଆରେ ଶୀର୍ଷ ର଼୍ୟାଙ୍କିଂରେ ଥିବା ବେଳେ ଅଷ୍ଟ୍ରେଲିଆ ୨ନଂ ସ୍ଥାନରେ ରହିଛି। ଉଭୟଙ୍କ ମଧ୍ୟରେ ମାତ୍ର ୨ ପଏଣ୍ଟର ଅନ୍ତର ରହିଛି। ଯଦି ଅଷ୍ଟ୍ରେଲିଆ ସିରିଜ ଜିତେ ତେବେ ର଼୍ୟାଙ୍କିଂ ବଦଳି ଯିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ୍‌ର ରେକର୍ଡ ଦେଖିଲେ ଏଯାବତ ଉଭୟ ଟିମ୍‌ ମଧ୍ୟରେ ମୋଟ ୧୪୩ ମ୍ୟାଚ୍‌ ଖେଳାଯାଇଛି। ଏଥିରେ ୮୦ରେ ଅଷ୍ଟ୍ରେଲିଆ ଏବଂ ୫୩ରେ ଭାରତ ବିଜେତା ହୋଇଛି।

Share