ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ। ଏହି ପରୀକ୍ଷାରେ ନମ୍ବର ରଖିବା ପରୀକ୍ଷାର୍ଥୀଙ୍କ ପାଇଁ କାଠିକର ପାଠ ହୋଇଥାଏ। ଏହି କରୀକ୍ଷାର ନାମ ହେଉଛି ଗୋଓକାଓ । ଏହା ଚାଇନାରେ କରାଯାଇଥାଏ। ଚାଇନାରେ ଉଚ୍ଚଶିକ୍ଷା ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ। ଏହାକୁ ବିଶ୍ୱର ସବୁଠାରୁ କଷ୍ଟକର ପରୀକ୍ଷା ମଧ୍ୟରେ ପ୍ରଥମ ସ୍ଥାନରେ ରଖାଯାଇଛି। ଏହି ପରୀକ୍ଷା ଜାତୀୟ ଉଚ୍ଚଶିକ୍ଷା ପ୍ରବେଶିକା ପରୀକ୍ଷା ଭାବରେ ମଧ୍ୟ ଜଣାଶୁଣା। ପିଲାମାନେ ବିଦ୍ୟାଳୟକୁ ଯିବା ମାତ୍ରେ ଏହି କଠିନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ ।

ଗୋଓକାଓର ଅର୍ଥ ହେଉଛି ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା। ୧୯୫୨ମସିହାରେ ଚାଇନାରେ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ଅବଶ୍ୟ, ଏହା ୧୯୬୬ ରୁ ୧୯୭୬ ମଧ୍ୟରେ ମାଓ ଜେଡୋଙ୍ଗଙ୍କ ସାଂସ୍କୃତିକ ବିପ୍ଳବ ସମୟରେ ବନ୍ଦ ହୋଇଯାଇଥିଲା ।

ଏହି ପରୀକ୍ଷାର ମହତ୍ତ୍ୱକୁ ଅନୁଧ୍ୟାନ କରାଯାଇପାରିବ, ପରୀକ୍ଷା ସମୟରେ କୌଣସି ପିଲା କିଛି ଅନୈତିକ ଉପାୟ ନ କରିବା ପାଇଁ ପ୍ରଶାସନ ସମସ୍ତ ସମ୍ଭାବ୍ୟ ଉଦ୍ୟମ କରିଥାଏ। ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ଗ୍ଲୋବାଲ ପୋଜିଶନିଂ ସିଷ୍ଟମ (ଜିପିଏସ) ଟେକ୍ନୋଲୋଜି ପର୍ଯ୍ୟନ୍ତ ଏକ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ସହାୟତା ନିଆଯାଇଥାଏ। ଏହା ବ୍ୟତୀତ ଡ୍ରୋନ ଦ୍ୱାରା ଏରିଏଲ ସିସିଟିଭି ବ୍ୟବହାର କରାଯାଇଥାଏ। ୨୦୧୬ ମସିହାରେ ଚାଇନା ସରକାର ଘୋଷଣା କରିଥିଲେ ଗୋଓକାଓରେ ଅନୈତିକ ଉପାୟ ଅବଳମମ୍ବନ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଜେଲ ଦଣ୍ଡାଦେଶ କରାଯିବ।
ଗୋଓକାଓ ପରୀକ୍ଷାର ନିଜସ୍ବ ଫର୍ମାଟ ଅଛି। ଏଥିରେ ଚାଇନିଜ ଭାଷା, ଗଣିତ ଏବଂ ଏକ ବିଦେଶୀ ଭାଷା ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଏ। ଛାତ୍ରୀଛାତ୍ରମାନେ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ କରୁଥିବାବେଳେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଇତିହାସ, ରାଜନୀତି, ଭୂଗୋଳ, ଜୀବବିଜ୍ଞାନ ପରି ଅନ୍ୟାନ୍ୟ ବିଷୟ ଚୟନ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri