ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ ଲକ୍ଷର ପୁରସ୍କାର

ମାଲକାନଗିରି,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ପାଣ୍ଡୁରାମ ସାଲବାମ। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପାଣ୍ଡୁରାମ ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତ ମାଓବାଦୀ ସଙ୍ଗଠନରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ଅନେକ ମାଓବାଦୀ ହିଂସାରେ ଜଡିତ ଥିଲେ। ପୋଲିସ ଉପରେ ଗୁଳିଚାଳନା, ଆଇଇଡି ବିସ୍ପୋରଣ, ଅସ୍ତ୍ରାଗାର ଲୁଟ ଭଳି ଅନେକ ସଙ୍ଗିନ ଅଭିଯୋଗ ତାଙ୍କ ନାମରେ ରହିଛି। ମାଓବାଦୀଙ୍କ ମଧ୍ୟରେ ପୂର୍ବ ଆଦର୍ଶ ଆଉ ନ ଥିବା ଏବଂ ସାଥୀ ମାଓବାଦୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ସଙ୍ଗଠନ ଛାଡ଼ିଥିବା ବିଜାପୁର ଏସ୍‌ପି କମଳଲୋଚନ କଶ୍ୟପଙ୍କ ନିକଟରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଟଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭା, ସ୍ମୃତିଚାରଣ କଲେ ନେତା

ଭୁବନେଶ୍ୱର,୫।୯(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଗୁରୁବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟପାଳ...

ପ୍ରଦୂଷିତ ହେଉଛି ସମୁଦ୍ରକୂଳ

ଭୁବନେଶ୍ୱର,୭।୭(ବ୍ୟୁରୋ): ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ବାହାରୁଥିବା ଦୂଷିତ ଜଳ ନଦୀରେ ମିଶୁଛି। ସେହି ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଏଥିଯୋଗୁ ସମୁଦ୍ର କୂଳରେ ପ୍ରଦୂଷଣ...

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା...

ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସହରାଞ୍ଚଳରେ ସରକାର ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ କରିଥିବା...

ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ

ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ...

ଜନ୍ମମାଟିରେ ଜଳିଲା ଯବାନ ରାଣାପ୍ରତାପଙ୍କ ଜୁଇ

ଅନୁଗୋଳ ଅଫିସ,୧୧ା୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କ ଜୁଇ ତାଙ୍କ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଜଳିଛି। ରାଷ୍ଟ୍ରୀୟ...

ବାଲିଗୁଡ଼ା କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ: ସ୍ବାଗତ କଲା ଓକିଲ ସଂଘ

ବାଲିଗୁଡା,୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା କୋର୍ଟରେ ନୂତନ ଉପଖଣ୍ଡ ବିଚାରପତି (ଏସ୍‌ଡିଜେଏମ୍‌) ଭାବେ ଚିନ୍ମୟୀ ଜେନା ଯୋଗ ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ତାଙ୍କୁ ବାଲିଗୁଡା...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରସ୍ବତୀ ଜେନା।...

Advertisement
Archives

Model This Week