ଗିରଫ ହେଲେ ହାର୍ଡକୋର ମାଓବାଦୀ ହିଡ୍‌ମା

କୋରାପୁଟ,୨୯ା୫(ଅମିତାଭ ବେହେରା): ଗୁରୁବାର ଭୋର୍‌ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍‌ ଏସିଏମ୍‌ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍‌ମାକୁ କୋରାପୁଟ ଡିଭିଏଫ୍‌ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଅପରାହ୍ନରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମା ସୂଚନା ଦେଇଛନ୍ତି। ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜୟପୁର ପୋଲିସ ଏସ୍‌ଡିପିଓ ପାର୍ଥ କଶ୍ୟପ ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦିବ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ କୋରାପୁଟ ଜିଲା ଡିଭିଏଫ୍‌ ପୋଲିସ ସର୍ଚ୍ଚ ଅପେରଶନ କରୁଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନମାନେ କହିଥିଲେ କିନ୍ତୁ ଏହାକୁ ନଶୁଣୀ ମାଓବାଦୀ ପକ୍ଷରୁ ହଠାତ୍‌ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରାଯାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏହିସମୟରେ ମାଓବାଦୀ ମୋହନ ସମେତ ତା’ର ୩ ସହଯୋଗୀ ଆନ୍ଧ୍ରକୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ମୋହନକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲେ। ଗିରଫ ମୋହନଙ୍କ ନିକଟରୁ ଏକେ ୪୭ ରାଇଫଲ ସହ ୩୫ ରାଉଣ୍ଡ ଗୁଳି, ଏକ ମାଗାଜିନ,୨୭ଟି ଇଲୋକ୍ଟ୍ରୋନିକ୍‌ ଡିଟୋନେଟର ସହ ବହୁ ବିସ୍ଫୋରକ ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। ମୋହନଙ୍କ ନାମରେ କୋରାପୁଟ ଜିଲାରେ ୪ଟି ମାମଲା ଓ ମାଲକାନଗିରି ଜିଲାରେ ୩ଟି ମାମଲା ରହିଥିବା ବେଳେ ଛତିଶଗଡ଼ ରାଜ୍ୟରେ ବହୁ ଘଟଣାରେ ଜଡ଼ିତ ବୋଲି ଏସ୍‌ପି କହିଛନ୍ତି।

ମୋହନ ଗତ ୨୦୦୭ରେ ମାତ୍ର ୧୪ ବର୍ଷ ବୟସରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲା। ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶା ଓ ଛତଶଗଡ଼ ରାଜ୍ୟରେ ମାଓବାଦୀ ଦମନ ଅପରେଶନକୁ ଜୋରଦାର କରାଯାଇଛି। ପୋଲିସର ଗୋଇନ୍ଦା ଶକ୍ତିଶାଳୀ ହୋଇପଡ଼ିଛି। ଫଳରେ ମାଓବାଦୀମାନେ ଚଳପ୍ରଚଳ ହେଲେ ପୋଲିସ ବାହିନୀକୁ ତୁରନ୍ତ ସୂଚନା ମିଳୁଛି। ଏହି ସମ୍ମିଳନୀରେ ଏସ୍‌ପିଙ୍କ ସମେତ ଜୟପୁର ପୋଲିସ ଏସ୍‌ଡିପିଓ ପାର୍ଥ କଶ୍ୟପ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri