ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ଗିରଫ କଲା ଏନ୍‌ଆଇଏ

ମାଲକାନଗିରି,୨୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରୁ ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ମଙ୍ଗଳବାର ଏନ୍‌ଆଇଏ ଗିରଫ କରିଛି। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ୨୦୧୨ ଜୁଲାଇରେ ଚେଣ୍ଟି ବିଏସ୍‌ଏଫ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଯବାନ ଶହୀଦ ହୋଇଥିଲେ। ୨୦୧୩ରେ ଚେଣ୍ଟିଙ୍କୁ ପୋଲିସ ଗିରଫ କରିଥିଲା। ସେ ୨୦୧୮ରେ ଜାମିନରେ ଆସି ଆଉ କୋର୍ଟରେ ହାଜର ହୋଇ ନ ଥିଲେ। ବିଏସ୍‌ଏଫ୍‌ ଉପରେ ଆକ୍ରମଣ ଘଟଣାରେ ଏନ୍‌ଆଇଏ ନିକଟରେ ଏକ ମାମଲା ରୁଜୁ କରି ଚେଣ୍ଟିଙ୍କୁ ଖୋଜୁଥିଲା।