‘ସ୍ବପ୍ନ ପୂରଣ ପାଇଁ କଠିନ ପରିଶ୍ରମ ହିଁ ଗୋଟିଏ ଶବ୍ଦ’

ଭାରତୀୟ ରାପ୍‌ ଜଗତରେ ଇକ୍କା ସିଂ ହେଉଛନ୍ତି ଜଣେ ପରିଚିତ ଚେହେରା। ୨୦୧୪ରୁ ଇନ୍‌ ଦ କ୍ଲବ୍‌ ନାମକ ଗୀତରେ ରାପ୍‌ କରି ସେ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ। ଇକ୍କାଙ୍କ ପୂରା ନାମ ଅଙ୍କିତ ସିଂ ପଟୟାଲ୍‌। ନୂଆଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ୧୯୮୮ ସେପ୍ଟେମ୍ବର ୨ରେ ଜନ୍ମ ଗ୍ରହଣ କରିଥିବା ଇକ୍କା ପଞ୍ଜାବୀ ମ୍ୟୁଜିକ୍‌, ହିପ୍‌ ହପ୍‌, ଦେଶୀ ହିପ୍‌ ହପ୍‌, ବଲିଉଡ୍‌ ମ୍ୟୁଜିକ, ରାପ୍‌ ଆଦିରେ ନିଜର ସ୍ବତନ୍ତ୍ର ଦକ୍ଷତା ଦେଖାଇଛନ୍ତି। ଏହା ବ୍ୟତୀତ ସେ ଗୀତ କମ୍ପୋଜ କରିବା ସହ ଲିରିକ୍ସ ମଧ୍ୟ ଲେଖନ୍ତି। ଉର୍ବସୀ, ଦିଲ୍‌ବର, ହାପ୍‌ ଉଇଣ୍ଡୋ ଡାଉନ୍‌, ସୁଖା, ରାପ୍‌ ମ୍ୟାନ୍‌, ଲେଭଲ୍‌ ଅପ୍‌, ପାନି ୱାଲା ଡ୍ୟାନ୍ସ, ଡାର୍ଟି ଗର୍ଲ, ମମି କସମ୍‌, ଡେମନ୍‌, ଖତ୍‌ମା, ଆଜ୍‌କାଲ୍‌, ଲିରିକାଲ୍‌ ରାପର୍‌ ଡେଡ୍‌ ଭଳି ଅନେକ ଗୀତରେ ସେ ରାପ୍‌ କରିବା ସହ ଲିରିକ୍ସ ମଧ୍ୟ ଲେଖିଛନ୍ତି। ନିକଟରେ ଭୋଳାନାଥଙ୍କୁ ଡେଡିକେଟ୍‌ କରି ଲାଡ୍‌ଲା ନାମରେ ଏକ ଗୀତ ସେ ଗାଇଛନ୍ତି। ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ଇକ୍କାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଅଙ୍କିତ ସିଂ ପଟୟାଲ୍‌ରୁ ଇକ୍କା ପରିଚୟ କେମିତି ପାଇଲେ?
ମୋ କ୍ଲାସ୍‌ରେ ୬ଜଣ ଅଙ୍କିତ୍‌ ଥିଲେ। ଘରେ ଆସି ଦିନେ କହିଲି, ବାପା ଆପଣ ମୋର ଏତେ କମନ୍‌ ନାଁଟେ କାହିଁକି ରଖିଲେ। ବାପା କହିଲେ, ହଉ ଏବେ ତ ଆଉ ବଦଳାଇ ହେବନି, ତୁ ତାକୁ ଶର୍ଟ କରି ଗୋଟେ ନଁା ରଖିଦେ। ସେଇଠୁ ସେ ଅକ୍କି ନାମ ସଜେଷ୍ଟ କଲେ। ମୁଁ ଅକ୍କିକୁ ଓଲଟାଇ ପଢ଼ିଲି ଇକ୍କା ଆସିଲା। ବାସ୍‌ ସେଇଠୁ ଇକ୍କା ନାମରେ ସମସ୍ତେ ଜାଣିଲେ।

ଇନ୍‌ ଦ କ୍ଲବ୍‌ରୁ ବର୍ତ୍ତମାନ ଯାଏ ମ୍ୟୁଜିକାଲ୍‌ ଯାତ୍ରା କିଭଳି ରହିଛି?
ବହୁତ ବଢ଼ିଆ। ନୂଆନୂଆ କଳାକାରଙ୍କ ସହ ଚିହ୍ନାଜଣା ହେଲା। ପିଲାଦିନରୁ ମୁଁ ବଲିଉଡ୍‌ ମ୍ୟୁଜିକ୍‌ର ବଡ଼ ଫ୍ୟାନ୍‌। କାଲି କାଲି ଆଙ୍ଖେଁ ଗୋରେ ଗୋରେ ଗାଲ୍‌…ଶୁଣି ଶୁଣି ଇଚ୍ଛା ଥିଲା ବଲିଉଡ୍‌ରେ କାମ କରିବାକୁ। ଯାହା ହେଉ ମୋତେ କାମ କରିବାର ସୁଯୋଗ ମିଳିଲା। ଭଗବାନଙ୍କୁ ଧନ୍ୟବାଦ। ପରିଶ୍ରମ ବଳରେ ଏଇ ସବୁ ସମ୍ଭବ ହୋଇପାରିଲା।

ଆପଣଙ୍କ ହାତରେ ‘ହାର୍ଡ ୱର୍କ’ ନାମରେ ଏକ ଟାଟୁ ରହିଛି। ଏହା ପଛର ରହସ୍ୟ କ’ଣ?
ଆମେ ମଧ୍ୟବିତ୍ତ ତ ନୁହଁ, ତା ଠୁ ବି କମ୍‌ରେ ଥିଲୁ। ଯଦି ନିଜର ସ୍ବପ୍ନ ପୂରଣ କରିବାର ଅଛି, ତା ପାଇଁ କେବଳ ଗୋଟିଏ ଶବ୍ଦ ‘ହାର୍ଡୱର୍କ’। ଯଦି କଠିନ ପରିଶ୍ରମ କରିବ ତା’ହେଲେ ସବୁକିଛି ମିଳିବ।

ମ୍ୟୁଜିକ୍‌ରେ ସବୁଠୁ ଚ୍ୟାଲେଞ୍ଜିଂ କ’ଣ ଲାଗେ?
ସବୁଥର କିଛି ନୂଆ ଭାବିବା ହିଁ ବହୁତ ମୁସ୍କିଲ୍‌। ମୋତେ ଲାଗେ ସବୁଥିରେ ଗୀତ ହୋଇଯାଇଛି। ନୂଆ କ’ଣ ହେବ।

ମ୍ୟୁଜିକ୍‌ ବ୍ୟତୀତ ଆଉ କେଉଁଥିରେ ରୁଚି ରହିଛି?
ଭିଡିଓ ଗେମ୍ସ ଖେଳିବାକୁ ବହୁତ ଭଲ ଲାଗେ। ଫାଙ୍କା ପାଇଲେ ୫ରୁ ୬ଘଣ୍ଟା ଖେଳିଦିଏ।

୨୦୨୪ର ଯୋଜନା ସମ୍ପର୍କରେ କ’ଣ କହିବେ?
ମୋର ଆଲବମ୍‌ ଆସିବାର ଅଛି। ଆହୁରି ବହୁତ ପ୍ରୋଜେକ୍ଟ ମଧ୍ୟ ରହିଛି।

ସାକ୍ଷାତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri