‘ସ୍ବପ୍ନ ପୂରଣ ପାଇଁ କଠିନ ପରିଶ୍ରମ ହିଁ ଗୋଟିଏ ଶବ୍ଦ’

ଭାରତୀୟ ରାପ୍‌ ଜଗତରେ ଇକ୍କା ସିଂ ହେଉଛନ୍ତି ଜଣେ ପରିଚିତ ଚେହେରା। ୨୦୧୪ରୁ ଇନ୍‌ ଦ କ୍ଲବ୍‌ ନାମକ ଗୀତରେ ରାପ୍‌ କରି ସେ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ। ଇକ୍କାଙ୍କ ପୂରା ନାମ ଅଙ୍କିତ ସିଂ ପଟୟାଲ୍‌। ନୂଆଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ୧୯୮୮ ସେପ୍ଟେମ୍ବର ୨ରେ ଜନ୍ମ ଗ୍ରହଣ କରିଥିବା ଇକ୍କା ପଞ୍ଜାବୀ ମ୍ୟୁଜିକ୍‌, ହିପ୍‌ ହପ୍‌, ଦେଶୀ ହିପ୍‌ ହପ୍‌, ବଲିଉଡ୍‌ ମ୍ୟୁଜିକ, ରାପ୍‌ ଆଦିରେ ନିଜର ସ୍ବତନ୍ତ୍ର ଦକ୍ଷତା ଦେଖାଇଛନ୍ତି। ଏହା ବ୍ୟତୀତ ସେ ଗୀତ କମ୍ପୋଜ କରିବା ସହ ଲିରିକ୍ସ ମଧ୍ୟ ଲେଖନ୍ତି। ଉର୍ବସୀ, ଦିଲ୍‌ବର, ହାପ୍‌ ଉଇଣ୍ଡୋ ଡାଉନ୍‌, ସୁଖା, ରାପ୍‌ ମ୍ୟାନ୍‌, ଲେଭଲ୍‌ ଅପ୍‌, ପାନି ୱାଲା ଡ୍ୟାନ୍ସ, ଡାର୍ଟି ଗର୍ଲ, ମମି କସମ୍‌, ଡେମନ୍‌, ଖତ୍‌ମା, ଆଜ୍‌କାଲ୍‌, ଲିରିକାଲ୍‌ ରାପର୍‌ ଡେଡ୍‌ ଭଳି ଅନେକ ଗୀତରେ ସେ ରାପ୍‌ କରିବା ସହ ଲିରିକ୍ସ ମଧ୍ୟ ଲେଖିଛନ୍ତି। ନିକଟରେ ଭୋଳାନାଥଙ୍କୁ ଡେଡିକେଟ୍‌ କରି ଲାଡ୍‌ଲା ନାମରେ ଏକ ଗୀତ ସେ ଗାଇଛନ୍ତି। ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ଇକ୍କାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଅଙ୍କିତ ସିଂ ପଟୟାଲ୍‌ରୁ ଇକ୍କା ପରିଚୟ କେମିତି ପାଇଲେ?
ମୋ କ୍ଲାସ୍‌ରେ ୬ଜଣ ଅଙ୍କିତ୍‌ ଥିଲେ। ଘରେ ଆସି ଦିନେ କହିଲି, ବାପା ଆପଣ ମୋର ଏତେ କମନ୍‌ ନାଁଟେ କାହିଁକି ରଖିଲେ। ବାପା କହିଲେ, ହଉ ଏବେ ତ ଆଉ ବଦଳାଇ ହେବନି, ତୁ ତାକୁ ଶର୍ଟ କରି ଗୋଟେ ନଁା ରଖିଦେ। ସେଇଠୁ ସେ ଅକ୍କି ନାମ ସଜେଷ୍ଟ କଲେ। ମୁଁ ଅକ୍କିକୁ ଓଲଟାଇ ପଢ଼ିଲି ଇକ୍କା ଆସିଲା। ବାସ୍‌ ସେଇଠୁ ଇକ୍କା ନାମରେ ସମସ୍ତେ ଜାଣିଲେ।

ଇନ୍‌ ଦ କ୍ଲବ୍‌ରୁ ବର୍ତ୍ତମାନ ଯାଏ ମ୍ୟୁଜିକାଲ୍‌ ଯାତ୍ରା କିଭଳି ରହିଛି?
ବହୁତ ବଢ଼ିଆ। ନୂଆନୂଆ କଳାକାରଙ୍କ ସହ ଚିହ୍ନାଜଣା ହେଲା। ପିଲାଦିନରୁ ମୁଁ ବଲିଉଡ୍‌ ମ୍ୟୁଜିକ୍‌ର ବଡ଼ ଫ୍ୟାନ୍‌। କାଲି କାଲି ଆଙ୍ଖେଁ ଗୋରେ ଗୋରେ ଗାଲ୍‌…ଶୁଣି ଶୁଣି ଇଚ୍ଛା ଥିଲା ବଲିଉଡ୍‌ରେ କାମ କରିବାକୁ। ଯାହା ହେଉ ମୋତେ କାମ କରିବାର ସୁଯୋଗ ମିଳିଲା। ଭଗବାନଙ୍କୁ ଧନ୍ୟବାଦ। ପରିଶ୍ରମ ବଳରେ ଏଇ ସବୁ ସମ୍ଭବ ହୋଇପାରିଲା।

ଆପଣଙ୍କ ହାତରେ ‘ହାର୍ଡ ୱର୍କ’ ନାମରେ ଏକ ଟାଟୁ ରହିଛି। ଏହା ପଛର ରହସ୍ୟ କ’ଣ?
ଆମେ ମଧ୍ୟବିତ୍ତ ତ ନୁହଁ, ତା ଠୁ ବି କମ୍‌ରେ ଥିଲୁ। ଯଦି ନିଜର ସ୍ବପ୍ନ ପୂରଣ କରିବାର ଅଛି, ତା ପାଇଁ କେବଳ ଗୋଟିଏ ଶବ୍ଦ ‘ହାର୍ଡୱର୍କ’। ଯଦି କଠିନ ପରିଶ୍ରମ କରିବ ତା’ହେଲେ ସବୁକିଛି ମିଳିବ।

ମ୍ୟୁଜିକ୍‌ରେ ସବୁଠୁ ଚ୍ୟାଲେଞ୍ଜିଂ କ’ଣ ଲାଗେ?
ସବୁଥର କିଛି ନୂଆ ଭାବିବା ହିଁ ବହୁତ ମୁସ୍କିଲ୍‌। ମୋତେ ଲାଗେ ସବୁଥିରେ ଗୀତ ହୋଇଯାଇଛି। ନୂଆ କ’ଣ ହେବ।

ମ୍ୟୁଜିକ୍‌ ବ୍ୟତୀତ ଆଉ କେଉଁଥିରେ ରୁଚି ରହିଛି?
ଭିଡିଓ ଗେମ୍ସ ଖେଳିବାକୁ ବହୁତ ଭଲ ଲାଗେ। ଫାଙ୍କା ପାଇଲେ ୫ରୁ ୬ଘଣ୍ଟା ଖେଳିଦିଏ।

୨୦୨୪ର ଯୋଜନା ସମ୍ପର୍କରେ କ’ଣ କହିବେ?
ମୋର ଆଲବମ୍‌ ଆସିବାର ଅଛି। ଆହୁରି ବହୁତ ପ୍ରୋଜେକ୍ଟ ମଧ୍ୟ ରହିଛି।

ସାକ୍ଷାତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri