Categories: ଖେଳ

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ, ୩ ଓ୍ବିକେଟରେ ହାରିଲା ଜିଟି…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚରେ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି କେକେଆର ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୭ ରନ କରିଥିଲା।
କେକେଆର ପକ୍ଷରୁ ରହମତୁଲା ଗୁରବାଜ ୧୫ ରନ କରିଥିବାବେଳେ ନୀତୀଶ ରାଣା ୪୫, ଭେଙ୍କଟେଶ ଆୟାର ୮୫ ,ରିଙ୍କୁ ସିଂ ୪୮ ରନ କରିଥିଲେ।

ଶେଷ ଉଭରରେ ୫ ଟି ଛକା ମାରି ରିଙ୍କୁ ସିଂ କେକେଆରର ବିଜୟକୁ ସହଜ କରିଥିଲେ।

ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅଧିନାୟକ ରସିଦ ଖାନଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ କେକେଆର ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।
ଜିଟି ଧାର୍ଯ୍ୟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ ରନ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ ରହିଛି। ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୧୭ ରନ କରିଥିବାବେଳେ ଶୁଭମାନ ଗିଲ ୩୯ ରନ, ସାଇ ସୁଧର୍ଶନ ୫୩ ରନ, ଅଭିନବ ମନୋହର ୧୪ ରନ, ବିଜୟ ଶଙ୍କର ରନ ୬୩, ଡେଭିଡ ମିଲର ୨ ରନ କରିଥିଲେ।

Share