Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଚର୍ଚ୍ଚାରେ ହରଭଜନ; ଶୋଏବ ଅଖତରଙ୍କୁ ଜବାବ ଦେଇ…

ନୂଆଦିଲ୍ଲୀ,୧୮।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ହାଇଭୋଲ୍ଡେଜ୍‌ ମ୍ୟାଚ୍‌କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ମଜା ଉଡାଇଥିବା ଦେଖାଯାଇଛି।

ବିଶ୍ୱକପ୍‌ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଆଲୋଚନା ବେଳର ଏକ ଫଟୋ ଶୋଏବ ନିଜ ଟୁଇଟରରେ ଶେୟାର କରିଥିଲେ। ସବୁ ପ୍ରତିଯୋଗିତାଠାରୁ ବଡ଼ ମୁକାବିଲା ବିଷୟରେ ପୂର୍ବ ଚର୍ଚ୍ଚାକୁ ନେଇ ଦୁବାଇରେ ହରଭଜନ(ଯାହାଙ୍କୁ ସବୁ ଜଣା)ଙ୍କ ସହ ବୋଲି ସେ କ୍ୟାପଶନରେ ଲେଖିଥିଲେ। ଏହାର ଜବାବ ଦେଇଛନ୍ତି ହରଭଜନ। ଏହି ଅନୁଭବୀ ସ୍ପିନର ଜବାବରେ କହିଛନ୍ତି, ୪୦୦ ଉଇକେଟରୁ ଅଧିକ ଟେଷ୍ଟ ଉଇକେଟ ନେଇଗଲେ ଜଣଙ୍କର ୨୦୦ରୁ କମ୍‌ ଉଇକେଟ ନେଇଥିବା ବ୍ୟକ୍ତିଙ୍କଠାରୁ କ୍ରିକେଟ ବିଷୟରେ ଅଧିକ ଅଭିଜ୍ଞତା ହୋଇଯାଏ। ଏହାପୂର୍ବରୁ ପାକିସ୍ତାନ ପାଖରେ ଭାରତକୁ ହରାଇବାର କୌଣସି ସୁଯୋଗ ନାହିଁ ବୋଲି ହରଭଜନ କହିଥିଲେ।

Share