Categories: ଖେଳ

ଏଇଠୁ ଆରମ୍ଭ, ଏଇଠି ଶେଷ

ନୂଆଦିଲ୍ଲୀ,୨୬।୧୨: କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ଘୋଷଣା କରିଥିଲେ ହରଭଜନ ସିଂହ। ସେ ଶେଷଥର ପାଇଁ ୫ ବର୍ଷ ପୂର୍ବେ ଭାରତୀୟ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ତେବେ ଅବସର ନେଇ ଘୋଷଣା କରିବା ପରେ ହରଭଜନ ଶନିବାର ଜଳନ୍ଧରର ବର୍ଲଟନ୍‌ ପାର୍କରେ ପହଞ୍ଚିଥିଲେ। ସେଠାରେ ସେ ମୁଣ୍ଡ ନୁଆଁଇ ନିଜ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସେହି ମଇଦାନରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ଏବେ ସେ ଅବସର ନେଇ ଖବରଦାତା ସମ୍ମିଳନୀ ମଧ୍ୟ ସେହିଠାରେ କରୁଛନ୍ତି ବୋଲି କହିଥିଲେ।

ପ୍ରକାଶ ଯେ, ଅବସର ନେବା ସମୟରେ ହରଭଜନ କହିଥିଲେ ଯେ ଅନେକ ବର୍ଷରୁ ସେ ସନ୍ୟାସ ନେବା ବିଷୟରେ ଚିନ୍ତା କରୁଥିଲେ। ମୁଁ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଉଛି। ହେଲେ ମାନସିକ ଭାବେ ମୁଁ ପ୍ରଥମେ ଅବସର ନେଇ ସାରିଥିଲି। ମାତ୍ର ତାର ଘୋଷଣା କରି ନ ଥିଲି। ସେମିତିରେ କିଛି ଦିନରୁ ମୁଁ ସକ୍ରିୟ କ୍ରିକେଟ ଖେଳୁ ନ ଥିଲି। ହେଲେ କୋଲକାତା ନାଇଟ୍‌ ରାଇଡର୍ସ ସହ ଚୁକ୍ତି ଯୋଗୁ ଆଇପିଏଲ୍‌ରେ ତାଙ୍କ ସହ ରହିବି ବୋଲି ଚାହୁଁଥିଲି। ସେହି ସମୟରେ କିନ୍ତୁ ଏନେଇ ମନ କରିସାରିଥିଲି।

Share