Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚୟନ ଟେଷ୍ଟ ଟିମ୍‌ରେ ହେବା କଥା: ହରଭଜନ

ନୂଆଦିଲ୍ଲୀ,୩୦।୬: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଇଂଲଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଟିମ୍‌ ଇଣ୍ଡିଆ ସ୍କ୍ବାର୍ଡରେ ଚୟନ କରାଯିବା କଥା। ଶାର୍ଦ୍ଦୁଳ ଠାକୁର ଭଲ ଖେଳୁଛନ୍ତି, ହେଲେ ପାଣ୍ଡ୍ୟାଙ୍କ ଉପସ୍ଥିତି ଦଳକୁ ମଜଭୂତ କରିଥାନ୍ତା। କିଛି ମାସରୁ ସେ ଭଲ ଫର୍ମରେ ଅଛନ୍ତି ବୋଲି ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କହିଛନ୍ତି।

୨୦୧୮ ପରଠାରୁ ଗୋଟିଏ ବି ମ୍ୟାଚ୍‌ ଖେଳି ନାହାନ୍ତି ପାଣ୍ଡ୍ୟା। ୨୦୧୯ରେ ଅଣ୍ଟା ସର୍ଜରୀ ହେବା ପରେ ସେ ବୋଲିଂ କରି ପାରୁ ନ ଥିଲେ। ଏଥିଲାଗି ଟିମ୍‌ରୁ ବାହାରେ ଥିଲେ। ମାତ୍ର ସେ ଏଯାବତ ତାଙ୍କ କ୍ୟାରିୟରରେ ୧୧ ଟେଷ୍ଟ ଖେଳିଥିବା ବେଳେ ୧୭ ଉଇକେଟ ନେଇଛନ୍ତି।

Share