କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ ଦ୍ୱିତୀୟ ହୋଇଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ରୌପ୍ୟ ପଦକ ମିଳିଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ବାଇଁଙ୍କଠାରୁ ସେ ମାନପତ୍ର ଏବଂ ପଦକ ଗ୍ରହଣ କରିଥିଲେ। ତାଙ୍କର ଏହି କୃତିତ୍ୱ ପାଇଁ ଜିଲାବାସୀ ଶୁଭେଚ୍ଛା ଜଣାଇଛନ୍ତି। ଦାମନଯୋଡ଼ି ଅଞ୍ଚଳର ନିକୁଞ୍ଜ କିଶୋର ସାମଲ ଏବଂ ରେଣୁକାଙ୍କ ଝିଅ ହରପ୍ରିୟା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ତୃତୀୟ ବର୍ଷ ଛାତ୍ରୀ।


