Categories: ଜାତୀୟ

କଂଗ୍ରେସରେ ସାମିଲ ହେଲେ ହରକ ସିଂ ରାୱତ

ଡେରାଡୁନ,୨୧ ।୧: ଉତ୍ତରାଖଣ୍ଡର ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରକ ସିଂ ରାୱତ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାପରେ ସେ ହରିଶ ରାୱତଙ୍କ ସହ ସାକ୍ଷାତ୍ କରିଛନ୍ତି । ହରକ ସିଂ ରାୱତ ୧୫ ଜିଆର୍‌ପିର କଂଗ୍ରେସ ୱାର ରୁମରେ ପହଞ୍ଚିଥିଲେ । ଏହି ସମୟରେ ୱାର ରୁମରେ ପ୍ରିୟଙ୍କା ଗାନ୍ଧୀ, ହରିଶ ରାୱତ, ଗଣେଶ ଗୋଦିୟାଲ, ପ୍ରିତମ ସିଂ, ଦେବେନ୍ଦ୍ର ଯାଦବ ଓ ଦୀପିକା ପାଣ୍ଡେୟ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ହରକ ସିଂ କଂଗ୍ରେସର ସଦସ୍ୟତା ନେବା ପୂର୍ବରୁ ଏସବୁ ନେତାଙ୍କୁ ଭେଟିଥିଲେ । ଏବେ ହରକ ସିଂ ରାୱତ କହିଛନ୍ତି ଯେତେବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ପୂର୍ଣ୍ଣ ବହୁମତରେ ବିଜୟି ହେବ ତାହା ହେବ ମୋର କ୍ଷମା । ଭାଜପା ମୋରେ ୟୁଜ ଆଣ୍ଡ ଥ୍ରୋ ଭାବିଲା । ସୂଚନାଯୋଗ୍ୟ, ଦଳ ବିରୋଧି କାର୍ଯ୍ୟ ପାଇଁ ଭାଜପା ହରକ ସିଂ ରାୱତଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି । ହରକ ସିଂ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କହିଥିଲେ ସେ ଲୋକତନ୍ତ୍ର ବିରୋଧି କାମ କରିଛନ୍ତି ସେଥିପାଇଁ ସେ ପ୍ରାୟଶ୍ଚିତ କରନ୍ତୁ । ଦଳସହ ଯୋଡି ହେବା ଛିଡିଯିବା ତାଙ୍କର ପୁରୁଣା ଇତିହାସ । ଭାଜପାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ହରକ ସିଂ ଅନେକ ଦଳ ବଦଳ କରିସାରିଲେଣି । ଏମିତିକି ନିଜର ଦଳ ଗଠନ କରିବାକୁ ବି ସେ ଏକ୍ସସପିରିମେଣ୍ଟ କରି ସାରିଛନ୍ତି ।

Share