‘ହରହର ଶମ୍ଭୁ’ ଗାଇ ବିବାଦରେ ପଡ଼ିଥିବା ଫରମାନି ପୁଣି ଗାଇଲେ ‘ହରେ ହରେ କୃଷ୍ଣ’

ମୁମ୍ବାଇ: ଫରମାନି ନାଜଙ୍କୁ ଆଜି ଲୋକମାନେ ତାଙ୍କୁ କେବଳ ମୁଜାଫରନଗରରେ ନୁହେଁ ସାରା ଦେଶରେ ଜାଣିବା ଆରମ୍ଭ କରିଛନ୍ତି। ମୁଜାଫରନଗରର ରତନପୁରୀ ଅଞ୍ଚଳର ମହମ୍ମଦପୁର ମାଫି ଗାଁର ବାସିନ୍ଦା ଫରମାନି ନାଜ ‘ହର ହର ଶମ୍ଭୁ’ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ। ମୁସଲମାନ ହୋଇ ହିନ୍ଦୁଧର୍ମର ଭଜନ ଗାଇବାକୁ ମୁସଲମାନଧର୍ମୀ ଲୋକେ ପସନ୍ଦ କରୁ ନ ଥିଲେ। କିନ୍ତୁ ସମସ୍ତ ବିରୋଧୀଙ୍କୁ ଛାଡ଼ି ଫରମାନି ବର୍ତ୍ତମାନ ତାଙ୍କର ଆଉ ଏକ ନୂତନ ଭଜନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂର୍ବରୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ସେ ‘ହରେ ହରେ କୃଷ୍ଣ’ଗୀତ ଗାଇଛନ୍ତି।

ଫରମାନିଙ୍କ ସୁନ୍ଦର ସ୍ବର ଏକ ନୂତନ ପରିଚୟ ସୃଷ୍ଟି କରିଛି। ସେ ୟୁଟ୍ୟୁବ୍‌ରେ ‘ଫରମାନି ନାଜ ସିଙ୍ଗର’ ନାମକ ଚ୍ୟାନେଲରେ ନିଜର ଭିଡିଓ ଅପଲୋଡ୍‌ କରିଛନ୍ତି। ‘ହର ହର ଶମ୍ଭୁ’ ବିବାଦ ପରେ ତାଙ୍କୁ ୟୁଟ୍ୟୁବ୍‌ରେ ଲୋକେ ପସନ୍ଦ କରୁଛନ୍ତି। ଲୋକମାନଙ୍କ ଭଲପାଇବା ଦେଖି ଫରମାନି ବର୍ତ୍ତମାନ ତାଙ୍କ ଭାଇ ଫରମାନଙ୍କ ସହ ଏହି ନୂତନ ଭଜନ ‘ହରେ ହରେ କୃଷ୍ଣ’ ଗାଇଛନ୍ତି।

ଯେଉଁଥିରେ ସେ ତାଙ୍କ ପୁରୁଣା ଶୈଳୀରେ ଗାଉଥିବା ନଜର ଆସିଛନ୍ତି। ଗୀତଟିକୁ ୟୁଟ୍ୟୁବ୍‌ରେ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ଏକ ସାକ୍ଷାତକାରରେ ଫରମାନିଙ୍କ ଭାଇ ଫରମାନ କହିଛନ୍ତି, ତାଙ୍କ ଭଉଣୀଙ୍କୁ ସଲମାନ ଖା୍‌ନଙ୍କ ଶୋ’ ବିଗ୍‌ ବସ୍‌ -୧୬ ପାଇଁ ଅଫର ଆସିଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଏହି ଶୋ’କୁ ଯିବାକୁ କୌଣସି ନିଷ୍ପତ୍ତି ନେଇନାହାନ୍ତି।

Share