ଗୋପାଳପୁର,୧୪।୮(ନବୀନ ରାଜ ଆଚାରି): ସାରା ଦେଶରେ ଗ୍ରାମରୁ ସହର ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଶାଳ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ l
ଅପରାହ୍ନରେ ଯୁବନେତା ସୁନୀଲ କୁମାର ପାତ୍ର ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୋଳନ୍ଥରାସ୍ଥିତ ବନ୍ଦେ ମାତରଂ କାର୍ଯ୍ୟଳୟର ଉପରେ ମନ୍ତ୍ରୀ ଜେନା ତ୍ରିରଙ୍ଗା ପତାକା ଉଡେଇଥିଲେ ପରେ ମନ୍ତ୍ରୀ ନେତୃତ୍ୱରେ ଶହ ଶହ ଲୋକ ବାଇକରେ ହାତରେ ତ୍ରିରଙ୍ଗା ପତାକା ଧରି ଜାତୀୟ ରାଜପଥ ଦେଇ ଶୋଭାଯାତ୍ରା ବାହାରି ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଯାତ୍ରା ପହଞ୍ଚିଥିଲା। ତ୍ରିରଙ୍ଗାର ସଚେତନ କରିବା ସହ ଭାରତ ମାତା କି ଜୟ, ବନ୍ଦେ ମାତରଂ ନାରାବାଜି ଦେଇ ଶୋଭାଯାତ୍ରା କରାଯାଇଥିଲା l
ତ୍ୟାଗ, ଶାନ୍ତି, ସତ୍ୟ ଓ ସମୃଦ୍ଧି ପ୍ରତୀକ ହୋଉଛି ତ୍ରିରଙ୍ଗା ଏହା ହୋଉଛି ଆମ ଦେଶର ଗର୍ବ ଓ ଏକତାର ସାମୂହିକ ପ୍ରତି ଭାବନା ବୋଲି କୁହାଯାଇଥିଲା l ଏହି ଅବସରରେ ମନ୍ତ୍ରୀଙ୍କ ଜିଲା ପରିଷଦ ପ୍ରତିନିଧି ବିନୋଦ ଚଦ୍ର ମିଶ୍ର, କୋଳଥିଗାଁ ସରପଞ୍ଚ ଭାଜପା ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଗୋପୀନାଥ ମହାରଣା,ପ୍ରୋମଦ ଜେନା ରାଜେନ୍ଦ୍ର କୁମାର ପାତ୍ର, ରଜତ ପଣ୍ଡିତ,ଗୌରୀ ସାମନ୍ତରାୟ, ମନ୍ତ୍ରୀ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ବୁଲୁ ନାହାକ, ସନତ ନାୟକ, ଗଣେଶ ପାତ୍ର ଶତାଧିକ ଲୋକ ଉପସ୍ଥିତ ଥିଲେ l


