Categories: ଜାତୀୟ

ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଇତିମଧ୍ୟରେ ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଆରମ୍ଭ କରାଯିବ । ‘ଆଜାଦିକା ଅମୃତ ମହୋତ୍ସବ’ ଅବସରରେ ସ୍ୱାଧିନତା ଦିବସକୁ ସ୍ୱତନ୍ତ୍ର କରିବାକୁ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି । ଦେଶର ସମସ୍ତ ନାଗରିକ ନିଜ ନିଜ ଘରେ ଓ ପ୍ରତିଷ୍ଠାନରେ ତ୍ରିରଙ୍ଗା ଉଡାଇବେ । ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇବାକୁ ସରକାର ଅପିଲ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନରେ ଡାକ ବିଭାଗ ଏଥର ତ୍ରିରଙ୍ଗା ବିକ୍ରି କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

Share