Categories: ଜାତୀୟ

ମା’ଙ୍କ ସାମ୍ନାରେ ପୁଅକୁ ଗୁଳି, କୋଳରେ ଟଳିପଡି ଏମିତି କହିଲେ ପୁଅ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ହାପୁର ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଯାଉଥିବା ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କୁ ଅପରାଧୀମାନେ ହତ୍ୟା କରିଛନ୍ତି। ମୋହିତ ନାମକ ଏହି ଯୁବକ ମାଙ୍କୁ ଛାଡିବାକୁ ଯାଉଥିଲେ। ସେ ମା’ଙ୍କୁ ବସ୍‌ରେ ବସାଇ ପଛକୁ ଫେରିବା ମାତ୍ରେ ବାଇକରେ ଯାଉଥିବା କିଛି ଲୋକ ସେଠାରେ ପହଞ୍ଚି ମୋହିତଙ୍କୁ ଗୁଳି କରିଥିଲେ। ଗୁଳି ମୋହିତଙ୍କ ପିଠିରେ ବାଜିଥିଲା। ଗୁଳିର ଶବ୍ଦ ଶୁଣି ମା ବସରୁ ଓହ୍ଲାଇ ଦେଖିବାରୁ ପୁଅ ହଠାତ୍‌ ତଳେ ପଡିଯାଇଥିଲେ। ମାଆଙ୍କ ସାମ୍ନାରେ ପୁଅକୁ ଗୁଳି କରି ବାଇକ୍‌ ଆରୋହୀ ବନ୍ଧୁକ ଛାଡି ପଳାଇ ଯାଇଥିଲେ। ମୋହିତ ତାଙ୍କ ମା’ଙ୍କୁ କହିଥିଲେ ଯେ ମା, ଏହି ପିଲାମାନେ ମୋତେ ଗୁଳି କରିଛନ୍ତି। ମୋତେ ଡକ୍ତରଖାନା ନେଇଚାଲ। ଏତିକି କହିବା ପରେ ମୋହିତଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କୁହାଯାଉଛି ଯେ ଗତ ବର୍ଷ ହେବ ମୋହିତ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ କବାଡି ଖେଳିବାକୁ ନେଇ ବିବାଦ କରିଥିଲେ। ଶତ୍ରୁତା କାରଣରୁ ମୋହିତଙ୍କୁ ହତ୍ୟା କରିଛନ୍ତି।
ମୋହିତଙ୍କ ମା ଶେଲା ନୋଏଡାରେ ଏକ ଘରୋଇ କାମ କରନ୍ତି। ପ୍ରତିଦିନ ତାଙ୍କ ପୁଅ ମୋହିତ ବସଷ୍ଟାଣ୍ଡକୁ ଆସୁଥିଲେ। ଗୁରୁବାର ସକାଳେ ମଧ୍ୟ ମୋହିତ ତାଙ୍କ ମାଙ୍କ ସହ ବସ୍‌ଷ୍ଟାଣ୍ଡକୁ ଯାଇଥିଲେ।

Share