ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଆସିବ ରେଡି ଟୁ ୟୁଜ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଖୁସି ଖବର ଦେଇଛନ୍ତି। ଅକ୍ସିଜେନ୍‌ ଅଭାବ ପୂରଣ କରିବା ପାଇଁ ଫ୍ରାନ୍ସ୍‌ରୁ ୨୧ଟି ରେଡି ଟୁ ୟୁଜ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଆସିବ। ଏହାକୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଲଗାଯାଇ ତୁରନ୍ତ ଅକ୍ସିଜେନ୍‌ ଅଭାବ ଦୂର କରାଯାଇ ପାରିବ ବୋଲି ସେ କହିଛନ୍ତି।

Share