Categories: ଖେଳ

ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଡାଇବେଟିସର ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଆକ୍ରାମ ମାତ୍ର ୩୦ ବର୍ଷ ବୟସରେ ଏହି ରୋଗର ଶିକାର ହୋଇଥିଲେ। ସେ ଟାଇପ -୧ ଡାଇବେଟିସର ଶିକାର ହୋଇଥିଲେ। ଏହି ସମୟରେ ସେ କ୍ରିକେଟ୍‌ ଛାଡିବାକୁ ଚିନ୍ତା କରିଥିଲେ। କିନ୍ତୁ ସେ ହାର୍‌ ନ ମାନି ନିଜ କ୍ୟାରିୟରରେ ୯୧୬ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନେକଥର ଇନ୍‌ସୁଲିନ୍‌ ନେଇ ତାଙ୍କୁ ପଡିଆକୁ ଓହ୍ଲାଇବାକୁ ପଡୁଥିଲା। ପ୍ରତିଦିନ ସେ ୧୦ କିଲୋମିଟର ଦୌଡ଼ୁଥିଲେ।
ମଧୁମେହ ସହିତ ଆକ୍ରାମ ଖେଳିବା ଜାରି ରଖିଥିଲେ। ପଡ଼ିଆରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଇନସୁଲିନ ସନ୍ତୁଳନ କରିବା ପାଇଁ ଆକ୍ରାମ କୌଶଳ ଶିଖିଲେ। ସେ କହିଥିଲେ ଯେ ଅସୁସ୍ଥତା ପରେ ମଧ୍ୟ ମୁଁ ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟରେ ୧୫୦ରୁ ଅଧିକ ଉଇକେଟ ପାଇଛି। ୱାସିମ ପାକିସ୍ତାନ ପାଇଁ ୧୦୪ ଟେଷ୍ଟ ଖେଳି ୪୧୪ ଉଇକେଟ ନେଇଥିବାବେଳେ ୩୫୬ଟି ଦିନିକିଆରେ ୫୦୨ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଆକ୍ରମ ଚାରୋଟି ହ୍ୟାଟ୍ରିକ ନେଇଛନ୍ତି, ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବୋଲର। ଅକ୍ରାମ ଦୁଇଥର ଏକଦିବସୀୟରେ ଏବଂ ଦୁଇଥର ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି।

 

Share