କିଛି ହିଟ୍ ଫିଲ୍ମ ଦେଇ ବି ଫ୍ଲପ ହୋଇଥିଲେ ବିବେକ

ମୁମ୍ବାଇ: ବଲିଉଡରେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ବିବେକ ମୁଶରାନ କିନ୍ତୁ ଇଣ୍ଡଷ୍ଟ୍ରିରେ ବେଶୀଦିନ ତିଷ୍ଠି ପାରି ନ ଥିଲେ । ଏବେ ସେ ଏକ ପ୍ରକାର ବଲିଉଡରୁ ଦୂରେଇ ଯାଇଛନ୍ତି କହିଲେ ଚଳେ । ହେଲେ ତାଙ୍କର ଅଭିନୟ ଏବେବି ଦର୍ଶକଙ୍କ ହୃଦୟରେ ରହିଛି । ଫିଲ୍ମ ‘ସøଦାଗର’ରୁ ବଲିଉଡରେ ଡେବ୍ୟୁ କରିଥିଲେ ବିବେକ । ତାଙ୍କର ଶାନ୍ତ ସରଳ ଚେହେରା, ହସହସ ମୁହଁ ଓ କଥାକୁହା ଆଖିରେ ସେ ଦର୍ଶକଙ୍କୁ ଆପଣାର କରିପାରିଥିଲେ । ଫିଲ୍ମରେ ରାଜକୁମାର ଓ ଦିଲ୍ଲିପ କୁମାରଙ୍କ ପରି ବଡ ବଡ କଳାକାର ଥିଲେ ବି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିବେକ । ମନିଷା କୋଇରାଲାଙ୍କ ସହ ତାଙ୍କର ଗୀତ ‘ଇଲୁଇଲୁ’ ଆଜିବି ଦର୍ଶକଙ୍କୁ ଗୁଣଗୁାଣଇବାକୁ ବାଧ୍ୟ କରୁଛି । ଏମିତି କିଛି ହିଟ ଫିଲ୍ମ ଦେଇଥିବା ବିବେକ କିନ୍ତୁ ନିଜେ ସୁପରହିଟ୍ ହୋଇ ପାରି ନ ଥିଲେ ।
ତା’ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କ ଅଭିନୀତ ପ୍ରାୟ ସମସ୍ତ ଫିଲ୍ମ ଫ୍ଲପ ହେବାକୁ ଲାଗିଲା । ଆଉ ତା’ପରଠାରୁ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଗଲେ । କେବଳ ବଲିଉଡ ନୁହେଁ ଛୋଟ ପରଦାରେ ବି ଦର୍ଶକେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ । ହେଲେ ସେ ଅନ୍ୟମାନଙ୍କ ପରି ସୁପରହିଟ୍ ହୋଇ ପାରିଲେ ନାହିଁ । ଏବେ ୫୩ ବର୍ଷ ବୟସରେ ପହଞ୍ଚିଥିବା ବିବେକ ମୁଶରାନ ଏକ ପ୍ରକାର ବଲିଉଡଠାରୁ ଦୂରେଇ ଯାଇଛନ୍ତି । ଆଉ ତାଙ୍କର ସେହି ଚକୋଲେଟ ଚେହୋରାରେ ବି ଖୁବ୍ ପରିବର୍ତ୍ତନ ହୋଇଛି । ଅନେକେ ତାଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି ବି କହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri