Categories: ଖେଳ

ଏହି କ୍ରିକେଟର୍‌ଙ୍କୁ ସରକାରଙ୍କଠାରୁ ମିଳିଥିଲା ହତ୍ୟା ଧମକ: ଏବେ କରୁଛନ୍ତି ଭଗବାନ ସେବା

ଜିମ୍ବାୱେର ପୂର୍ବତନ ଅଧିନାୟକ ଟାତେନ୍ଦା ତାଇବୁ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୪, ୧୯୮୩ରେ ହରାରେ ଜନ୍ମଗ୍ରହଣ କରିଥିବା ତାଇବୁ ମାତ୍ର ୨୦ ବର୍ଷ, ୩୫୮ ଦିନ ବୟସରେ ଟେଷ୍ଟ ଅଧିନାୟକତ୍ୱ ହୋଇଥିଲେ, ଯାହାକି ବିଶ୍ୱ ରେକର୍ଡ ଥିଲା। ଟେଷ୍ଟ ଅଧିନାୟକ ହେବାରେ ସେ ସବୁଠାରୁ କନିଷ୍ଠ ଖେଳାଳି ଥିଲେ। ତେବେ ୧୫ ବର୍ଷ ପରେ, ଏହି ରେକର୍ଡ ରସିଦ ଖାନଙ୍କ ନାମରେ ହୋଇଥିଲା। ତାଇବୁଙ୍କ କ୍ୟାରିଅର୍‌ ଯେତେ ଶୀଘ୍ର ଆରମ୍ଭ ହେଲା, ସେତେ ଶୀଘ୍ର ସମାପ୍ତ ହୋଇଥିଲା। ତାଇବୁଙ୍କ କ୍ୟାରିୟର କେବଳ ୨୮ ଟେଷ୍ଟ, ୧୫୦ ଏକଦିବସୀୟ ଏବଂ ୧୭ଟି -୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଜିମ୍ବାୱେରେ ରାଜନୈତିକ ପରିସ୍ଥିତି ଯୋଗୁ ତାଇବୁଙ୍କ ସ୍ବଳ୍ପ କ୍ରିକେଟ୍‌ କ୍ୟାରିୟର ରହିଥିଲା। ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରୋବର୍ଟ ମୁଗାବେ ଜିମ୍ବାୱେରେ ଏକ କୋଟା ବ୍ୟବସ୍ଥା ପ୍ରଣୟନ କରିବାକୁ ଚେଷ୍ଟା କରିଥିଲେ ଯାହା ବିରୁଦ୍ଧରେ ସମସ୍ତ ଖେଳାଳି ସ୍ବର ଉତ୍ତୋଳନ କରିଥିଲେ।
ରୋବର୍ଟ ମୁଗାବେଙ୍କ ନୀତି, ହିଥ ଷ୍ଟ୍ରିକ, ଆଣ୍ଡି ଫ୍ଲାଓ୍ବାର, ଗ୍ରାଣ୍ଟ ଫ୍ଲାଓ୍ବାର ବିରୁଦ୍ଧରେ ଛିଡା ହୋଇଥିବା ଖେଳାଳିମାନେ କେବଳ ଦଳ ଛାଡି ନ ଥିଲେ ଜିମ୍ବାୱେ ମଧ୍ୟ ଛାଡିଥିଲା। ଏହି ସମସ୍ତ ଖେଳାଳିଙ୍କୁ ହତ୍ୟା କରିବା ପାଇଁ ମୁଗାବେ ସରକାରଙ୍କଠାରୁ ଧମକ ମଧ୍ୟ ମିଳିଥିଲା। ଏହା ପରେ ଦଳର ଦାୟିତ୍ୱ ତାଇବୁଙ୍କ ହାତରେ ଆସିଲା।
ବହୁତ ଦୁର୍ବଳ ଦଳର ଅଧିନାୟକତ୍ୱ ପାଇଥିଲେ ସେ ଏବଂ ୨୦୦୫ରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଜିମ୍ବାୱେ ଦଳ ଏକ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ତାଇବୁ ଜିମ୍ବାୱେ କ୍ରିକେଟ ବୋର୍ଡ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ତାଇବୁଙ୍କ ଏହି ଅଭିଯୋଗ ପରେ ତାଙ୍କୁ ମୁଗାବେ ସରକାର ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଫଳାଫଳ ହେଲା ଯେ ତାଇବୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।
ଅବସର ନେବା ପରେ ତାଇବୁ ଦକ୍ଷିଣ ଆଫ୍ରିକାରେ କ୍ଲବ କ୍ରିକେଟ ଖେଳିଥିଲେ। ତେବେ ଦୁଇ ବର୍ଷ ପରେ ସେ ଅବସର ପ୍ରତ୍ୟାହାର କରିନେଲେ। ୨୦୦୮ରେ, ତାଇବୁଙ୍କୁ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ କିଣିଥିଲା। ତାଇବୁ ଜିମ୍ବାୱେ ସିରିଜ ଛାଡି ଆଇପିଏଲରେ ଖେଳିବା ପରେ ବୋର୍ଡ ତାଙ୍କୁ ୧୦ଟି ମ୍ୟାଚ ପାଇଁ ବାରଣ କରିଥିଲା। ୨୦୧୧ରେ, ତାଇବୁ କ୍ରିକେଟରୁ ଅବସର ନେଇଥିଲେ ଏବଂ ଏକ ଚର୍ଚ୍ଚର ପୁରୋହିତ ହୋଇଥିଲେ। ତାଇବୁଙ୍କ ଅନ୍ତର୍ଜାତୀୟ କ୍ୟାରିୟର ମାତ୍ର ୨୯ ବର୍ଷ ବୟସରେ ଶେଷ ହୋଇଥିଲା।

Share