ଜଟିଳ ରୋଗରେ ପୀଡ଼ିତ ହୋଇ ବି ପ୍ରଶଂସକଙ୍କୁ ହସାଉଛନ୍ତି ସୁମୋନା

ମୁମ୍ବାଇ: ଦ କପିଲ ଶର୍ମା ଶୋ’ରେ ବେଶ ପରିଚିତ ସୁମୋନା ଚକ୍ରବର୍ତ୍ତି ଜୁନ ୨୪ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ସେ ଜଣେ ଭଲ କମେଡିଆନ ଭାବେ ବେଶ ପରିଚିତ । ସୁମୋନାଙ୍କୁ ହାପି-ଗୋ-ଲକି ନେଚରର ବୋଲି କୁହାଯାଇଥାଏ । ଅଭିନେତ୍ରୀ ତାଙ୍କ ଜୀବନରେ ଖୁବ୍ ଉତ୍ଥାନ ପତନ ଦେଇ ଗତି କରିଛନ୍ତି ।
ପିଲାବେଳୁ ଖୁବ୍ ଆକ୍ଟିଭ ଥିବା ସୁମୋନା ଆମିର ଖାଁ ଓ ମନିଷା କୋଇରାଲା ଷ୍ଟାରର ଫିଲ୍ମ ‘ମନ’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ସେ ମାତ୍ର ୧୦ ବର୍ଷ ବୟସର ହୋଇଥିଲେ । ନିକଟରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି ।
ଟେଲିଭିଜନ ଦୁନିଆରେ ସେ ଜଣେ ପରିଚତ ଚେହେରା ହେଲେ ମଧ୍ୟ ବୋଲ୍ଡନେସରେ ଖୁବ୍ ଆଗରେ । ବିଚ ଯିବାକୁ ପସନ୍ଦ କରୁଥିବା ବେଳେ ବିକିନି ଫଟୋ ଶେୟାର କରି ପ୍ରଶଂସକଙ୍କ ହୋସ ଉଡାନ୍ତି ସୁମୋନା । ଦାମୀ ଗାଡି ସୁମୋନାଙ୍କର ବେଶ ପସନ୍ଦ । ତାଙ୍କ ନିକଟରେ ଫରାରି ଓ ମର୍ସିଡିଜ ଭଳି ଦାମୀ ଗାଡି ରହିଛି । ସେ ସବୁବେଳେ ମର୍ସିଡିଜରେ ଯିବା ଆସିବା କରିବାକୁ ପସନ୍ଦ କରନ୍ତି ।
ବିବାହକୁ ନେଇ ଅନେକ ଥର ଆଲୋଚନା ହୋଇଥିବା ବେଳେ ସେ କିନ୍ତୁ କୁହନ୍ତି ବିବାହ କରିବା ଅପେକ୍ଷା ଇଣ୍ଡିପେଣ୍ଡେଣ୍ଟ ହେବା ଜରୁରୀ । ସେ ତାଙ୍କ ବଙ୍ଗାଳି କଲଚରକୁ ଖୁବ୍ ପସନ୍ଦ କରିନ୍ତି । ଏବେ ସୁମୋନା କପିଲ ଶର୍ମା ଶୋ’ର ଟିମ ସହ ୱାର୍ଲଡ ଟୁରରେ ଅଛନ୍ତି । ଏହି ଶୋ’ ପାଇଁ ତାଙ୍କୁ ଏକ ଟେଲିଭିଜନ ଆୱାର୍ଡ ବି ମିଳି ସାରିଛି ।
ଲୋକଙ୍କୁ ହସାଉଥିବା ଏହି ଅଭିନେତ୍ରୀ କିନ୍ତୁ ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ । ସେ ନିଜେ ସୂଚନା ଦେଇ କହିଛନ୍ତି କି ଏବେ ସେ ଷ୍ଟେଜ-୪ ଏଣ୍ଡୋମେଟ୍ରିୟୋସିସରେ ପିଡିତ । ସେ କୁହନ୍ତି ଯେ ଏଥିପାଇଁ ବେଳେ ବେଳେ ତାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥାଏ । ଏହାପରେ ବି ସେ ଦର୍ଶକଙ୍କୁ ହସାଇ ଚାଲିଛନ୍ତି ।

Share