‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ ଅଭିନୟ ଯାଦୁରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି । ଏହି ଅଭିନେତାଙ୍କ ସମ୍ପର୍କରେ ଏମିତି କିଛି କଥା ଅଛି ଯାହା ଅନେକେ ଜାଣି ନ ଥିବେ ।
ପ୍ରଭାସଙ୍କ ପ୍ରଥମ ଫିଲ୍ମ ‘ବାହୁବଳୀ’ ନୁହେଁ ବରଂ ସେ ଅଜୟ ଦେବଗନଙ୍କ ଫିଲ୍ମ ‘ ଆକ୍ସନ ଜ୍ୟାକସନ’ର ଏକ ଗୀତରେ ନଜର ଆସିଥିଲେ । ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ଷ୍ଟାର ଯାହାଙ୍କର ମହମ ପ୍ରତିମୂର୍ତ୍ତି ବ୍ୟାଙ୍କକର ମ୍ୟାଡମ ତୁସାଡରେ ଲାଗିଛି । ସେଠାରେ ତାଙ୍କୁ ଅରବିନ୍ଦ ବାହୁବଳୀ ଭାବେ ଦେଖିବାକୁ ମିଳିବ । ଅଭିନେତା ଭାବେ ବେଶ ନାଁ କରିଥିବା ପ୍ରଭାସ କିନ୍ତୁ ଯଦି ମନୋରଞ୍ଜନ ଦୁନିଆରେ ଏଣ୍ଟ୍ରି କରି ନ ଥାଆନ୍ତେ ତେବେ ସେ ହୋଟୋଲ ଇଣ୍ଡଷ୍ଟ୍ରିରେ କ୍ୟାରିୟକ କରିଥାଆନ୍ତେ ବୋଲି କୁହନ୍ତି । ପ୍ରଭାସ ଭାରି ଫୁଡି । ସେ ନୂଆ ଡିସେସ ଏକ୍ସପ୍ଲୋର କରିଥାଆନ୍ତି । ତାଙ୍କ ଫେବରେଟ ଡିସ୍ ମଧ୍ୟରୁ ଚିକେନ ବିରିୟାନି ଗୋଟିଏ ।
ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ଜବରଦସ୍ତ ଫ୍ୟାନ ପ୍ରଭାସ ‘ମୁନ୍ନା ଭାଇ ଏମବିବିଏସ୍‌’ ଓ ‘ଥ୍ରୀ ଇଡିୟଟସ୍‌’ ପ୍ରାୟ ୨୦ ଥର ଦେଖିଛନ୍ତି । କୁହାଯାଏ ପ୍ରଭାସ ତାଙ୍କ ମୁଭି ‘ବାହୁବଳୀ’କୁ ନେଇ ଏତେ ଡେଡିକେଟେଡ ଥିଲେ ଯେ ସେ ୪ ବର୍ଷ ପର୍ଯ୍ୟନ୍ତ ଆଉ କୌଣସି ଫିଲ୍ମ ସାଇନ୍ କରି ନ ଥିଲେ । ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଶାହାରୁଖ ଖାଁ ଓ ସଲମାନ ଖାଁ ପ୍ରଭାସଙ୍କର ପସନ୍ଦର ଅଭିନେତା । ସେହିପରି ହଲିଉଡ ଇଣ୍ଡଷ୍ଟ୍ରିର ରବର୍ଟ ଡିନିରୋ ତାଙ୍କ ପସନ୍ଦର ଷ୍ଟାର । ସେମିତି ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ ପ୍ରଭାସଙ୍କର ପ୍ରଥମ ପସନ୍ଦ ନାୟିକା ।
ପ୍ରଭାସ ଏକ ସାକ୍ଷାତ୍‌କାରରେ କହିଥିଲେ ଫିଲ୍ମ ‘ବାହୁବଳୀ’ର ରିଲିଜ୍ ପରେ ତାଙ୍କ ନିକଟକୁ ପ୍ରାୟ ୬ ହଜାର ବିବାହ ପ୍ରସ୍ତାବ ଆସିଥିଲା ହେଲେ ସେ ସମସ୍ତଙ୍କୁ ମନା କରି ଦେଇଥିଲେ । ଏବେ ‘ଆଦିପୁରୁଷ’ରେ ପ୍ରଭାସଙ୍କ ଅଭିନୟକୁ ବି ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ପାଇଁ ପ୍ରଭାସ କୁଆଡେ ୧୦୦ କୋଟିରୁ ଅଧିକ ଟଙ୍କା ଫିଜ ନେଇଛନ୍ତି ।

Share