ଦିବ୍ୟା ଭାରତୀଙ୍କ ଭଉଣୀ କାୟନାତ ଆରୋଡା, ଆଡଲ୍ଟ ଫିଲ୍ମରେ କରିଛନ୍ତି କାମ

ମୁମ୍ବାଇ: ବଲିଉଡର ୯୦ ଦଶକର ନାୟିକା ଦିବ୍ୟା ଭାରତୀଙ୍କୁ ଆଜିବି ମନେ ରଖିଛନ୍ତି ଦର୍ଶକେ । ଖୁବ କମ ସମୟ ମଧ୍ୟରେ ସେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ହେଲେ ତାଙ୍କର ଭିନ୍ନ ଅନ୍ଦାଜ ସାଙ୍ଗକୁ କ୍ୟୁଟନେସ ଫିଗର ଲକ୍ଷେ ଦିଲର ଧଡକନ ପାଲଟି ଯାଇଥିଲା । ଏବେ ତାଙ୍କ ସାନ ଭଉଣୀ କାୟନାତ ଆରୋଡା ଖୁବ୍ ଚର୍ଚ୍ଚାରେ । ୩୬ ବର୍ଷରେ ପାଦ ଦେଇଥିବା କାୟନାତା ଦିବ୍ୟାଙ୍କ ଭଳି ଦେଖାଯାଉଥିବାରୁ ଅନେକ କୁହନ୍ତି ସେ ତାଙ୍କ ନିଜ ଭଉଣୀ ବୋଲି । ହେଲେ କାୟନାତ ହେଉଛନ୍ତି ଦିବ୍ୟା ଭାରତୀଙ୍କ କଜିନ ସିଷ୍ଟର । ଯଦିଓ ସେ ତାଙ୍କ ଅଭିନୟକୁ ନେଇ ଅଧିକ କିଛି ସଫଳତା ଏପର୍ଯ୍ୟନ୍ତ ପାଇ ନାହାନ୍ତି ହେଲେ ଦିବ୍ୟା ଭାରତୀଙ୍କ ଲୁକ୍ସ ନଜର ଆସୁଥିବାରୁ ସେ ଏବେ ଭାରି ଫେମଶ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । କେବଳ ବଲିଉଡ ନୁହେଁ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ବି ଖୁବ୍ ନାଁ କମେଇଛନ୍ତି କାୟନାତା । ଏମିତିକି ସେ ଆଡଲ୍ଟ ଫିଲ୍ମରେ ବି ଅଭିନୟ କରି ସାରିଛନ୍ତି ।

Share