ଝିଅକୁ ଡାକ୍ତର କରିବାକୁ ଚାହୁଁଥିଲେ ଶ୍ରୀଦେବି

ମୁମ୍ବାଇ: ବଲିଉଡ୍ ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍ ଦୁନିଆର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ । ପିତା ବୋନି କପୁର ବଲିଉଡରେ ଜଣେ ଆଗ ଧାଡିର ନିର୍ଦ୍ଦେଶକ ହୋଇଥିବା ବେଳେ ଏବେ ବଲିଉଡ ଦୁନିଆରେ ରାଜ କରୁଛନ୍ତି ଝିଅ ଜାହ୍ନବୀ । ପିଲାଟି ଦିନରୁ ମାଆଙ୍କ ଭଳି ଜଣେ ଭଲ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଜାହ୍ନବୀ ଶେଷରେ ବଲିଉଡରେ ଡେବ୍ୟୁ କରିଛନ୍ତି । ବୋନି କପୁର ଝିଅର ସ୍ୱପ୍ନକୁ କେବେ ଭାଙ୍ଗି ଦେବାକୁ ଚାହୁଁ ନ ଥିବା ବେଳେ ଶ୍ରୀଦେବି କିନ୍ତୁ ଚାହୁଁଥିଲେ ଜାହ୍ନବୀ ମନୋରଞ୍ଜନ ଦୁନିଆକୁ ନ ଆସନ୍ତୁ । ସେ ଚାହୁଁଥିଲେ ଝିଅ ତାଙ୍କର ଭଲ ପାଠପଢୁ ଆଉ ଡାକ୍ତର ହେଉ । କିନ୍ତୁ ବିଧିର ବିଧାନ ବୋଧହୁଏ ଥିଲା ଭିନ୍ନ । ଖୁବ୍ କମ୍ ବୟସରେ ଅସମୟରେ ଦୁନିଆରୁ ବିଦାୟ ନେଲେ ମା’ ଶ୍ରୀଦେବି । ଆଉ ତା’ପରେ ପରେ ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ଡେବ୍ୟୁ କଲେ ଜାହ୍ନବୀ କପୁର । ଅବଶ୍ୟ ମା’ ଶ୍ରୀଦେବୀ ଏହା ଦେଖିପାରିଲେ ନାହିଁ । ନିଜର ଭିନ୍ନ ଶୈଳିର ଅଭିନୟକୁ ନେଇ ସେ ଏବେ ମନୋରଞ୍ଜନ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏବେ ଜାହ୍ନବୀଙ୍କ ହାତରେ କିଛି ଭଲ ପ୍ରୋଜେକ୍ଟ ଥିବା ବେଳେ ଆଗାମୀ ଦିନରେ ସେ ଆହୁରି କିଛି ପ୍ରାଜେକ୍ଟରେ ଅଭିନୟ କରିବାର ଆଶା ରଖିଛନ୍ତି ।

Share