ବାପାଙ୍କୁ ଘୃଣା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ଜାଭେଦ ଜାଫରୀ ନିଜର ବଳିଷ୍ଠ ଅଭିନୟ ସାଙ୍ଗକୁ କମେଡିକୁ ନେଇ ପ୍ରଶଂସକଙ୍କ ଗହଣରେ ଜଣାଶୁଣା। ୧୯୮୫ରେ ରିଲିଜ ହୋଇଥିବା ‘ମେରି ଜଙ୍ଗ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଆଜି ଅର୍ଥାତ ଡିସେମ୍ବର ୪ରେ ଏହି ଅଭିନେତାଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଫିଲ୍ମରେ କ୍ୟାରିୟର ଦେଖିଲେ ଜାଭେଦ ‘ତହଲକା’, ‘ଧମାଲ’, ‘ଜଜନ୍ତରମ ମମନ୍ତରମ୍‌’, ‘ଥ୍ରି ଇଡିଅଟ୍ସ’ ଏବଂ ‘ଟୋଟାଲ ଧମାଲ’ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ବ୍ୟତିତ ସେ ବିଭିନ୍ନ ନୃତ୍ୟଭିତ୍ତିକ ଶୋ’ରେ ବିଚାରପତି ଏବଂ ହୋଷ୍ଟ ଆଦି ଭୂମିକା ମଧ୍ୟ ତୁଲାଇଛନ୍ତି। ଏବେ ବି ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି। ଚଳିତ ବର୍ଷ ତାଙ୍କ ଫିଲ୍ମ ‘ଜାଦୁଗର’ ରିଲିଜ ହୋଇଥିଲା। ଫିଲ୍ମରେ ତାଙ୍କ କାମକୁ ପସନ୍ଦ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ ଦେଖିଲେ ପିତାଙ୍କୁ ଘୃଣା କରିବାକୁ ନେଇ ଜାଭେଦ ଚର୍ଚ୍ଚାରେ ଥିଲେ। ତାଙ୍କ ବାପା ଜଗଦୀପ ଜଣେ ଭଲ କମେଡିଆନ୍‌ ଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ ପସନ୍ଦ କରୁଥିଲେ। ହେଲେ ପୁଅ ଜାଭେଦ କିନ୍ତୁ ତାଙ୍କୁ କରୁଥିଲେ ଘୃଣା। ଏହା ପଛରେ ବଡ଼ କାରଣ ବି ଥିଲା। ଜଗଦୀପ ଅତ୍ୟଧିକ ନିଶାଗ୍ରସ୍ତ ରହୁଥିବା ବେଳେ ମଦ ଏବଂ ଜୁଆ ଭଳି କୁଶିକ୍ଷା ଜାଲରେ ଫସି ଯାଇଥିଲେ। ଏହାକୁ ନେଇ ଜାଭେଦ ବାପାଙ୍କୁ ପସନ୍ଦ କରୁ ନ ଥିଲେ। ଏପରିକି ଦୀର୍ଘ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖି ନ ଥିଲେ। ପରେ ବାପା ନିଜର ଖରାପ ଅଭ୍ୟାସକୁ ଛାଡ଼ିବା ପରେ ବାପା-ପୁଅ ସମ୍ପର୍କ ପୁଣିଥରେ ଠିକ୍‌ ହୋଇଥିବା କୁହାଯାଏ।

Share