ବିବାହକୁ ଡରୁଛନ୍ତି ଦଙ୍ଗଲ ଗର୍ଲ!

ମୁମ୍ବାଇ: ଜାନୁୟାରୀ ୧୧, ୧୯୯୨ରେ ଜନ୍ମ ନେଇଥିବା ବଲିଉଡର ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ୨୯ ବର୍ଷରେ ପାଦ ଦେଇଛନ୍ତି । କିଛି ବଲିଉଡ ମୁଭିରେ ସେ ତାଙ୍କର ଅଭିନୟ ଚାତୁରି ଦେଖାଇ ସାରିଛନ୍ତି । ହେଲେ ‘ଦଙ୍ଗଲ’ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ‘ଦଙ୍ଗଲ’ରେ ଫାତିମାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ତାଙ୍କ ଡାଏଲଗ, ‘ଛୋରିୟାଂ ଛୋରୋ ସେ କମ୍ ନେହି ହୈ, ୟେ ସଚ ସାବିତ କର ଦି’ । ଏହା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା । ଦଙ୍ଗଲରେ ଫାତିମା ଆମିର ଖାଁଙ୍କ ଝିଅ ଭୂମିକାରେ ନଜର ଅସିଥିଲେ । ଏବେ କିଛିଦିନ ହେବ ଆମିରଙ୍କ ସହ ତାଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସେ କିନ୍ତୁ ଏହାକୁ ନେଇ ଚୁପ୍ ରହିଛନ୍ତି । ଏବେ ଫାତିମାଙ୍କ ହାତରେ ଅଫର ଉପରେ ଅଫର । ଫାତିମାଙ୍କ ବିଷୟରେ ଏକ ବଡ କଥା ହୁଏତ ଅଧିକାଂଶ ଜାଣି ନ ଥିବେ । ଏହି ନାୟିକା ବିବାହକୁ ଖୁବ୍ ଡରୁଥିବା କିଛିଦିନ ତଳେ ଏକ ସାକ୍ଷାତ୍‌କାରରେ କହିଥିଲେ । ପ୍ରଶ୍ନର ଉତ୍ତର ଦେଉ ଦେଉ ଫାତିମା କହିଥିଲେ ସେ ବିବାହକୁ ଖୁବ୍ ଭୟ କରନ୍ତି । ତେଣୁ ସେ କେବେ ବିବାହ କରିବେ ନାହିଁ । ଏହାସହ ସେ କହିଥିଲେ ଯଦି ଆପଣ ଜଣକୁ ଭଲ ପାଉଛନ୍ତି ତେବେ ତାଙ୍କ ସହ ରହିବାକୁ କିଛି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । କେବଳ ବଲିଉଡ ନୁହେଁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବି କାମ କରିସାରିଛନ୍ତି ଫାତିମା । ହେଲେ ତାଙ୍କ ଟେଲିଭିଜନ କ୍ୟାରିୟର ବିଷୟରେ ଖୁବ୍ କମ ଲେକାଙ୍କୁ ଜଣା ।

Share