୯୦ ବର୍ଷରେ ପଦାର୍ପଣ କଲେ ଆଶା ଭୋସଲେ

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ତାଙ୍କର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ଆଶା ଭୋସଲେ ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ଏହି କାରଣରୁ ସେ ୧୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ଆଶାଙ୍କୁ ୯ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା, ଏହାପରେ ଘରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା।
ଏହି କାରଣରୁ ଆଶା ଭଉଣୀ ଲତା ମଙ୍ଗେଶକରଙ୍କ ସହ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଆରମ୍ଭରୁ ଘରେ ସଙ୍ଗୀତର ପରିବେଶ ରହିଥିଲା କାରଣ ଆଶା ଭୋସଲେଙ୍କ ପିତା ଦିନାନାଥ ମଙ୍ଗେଶକର ଜଣେ ଜଣାଶୁଣା ଥିଏଟର କଳାକାର ତଥା ଶାସ୍ତ୍ରୀୟ ସଙ୍ଗାୀତ ଗାୟକ ଥିଲେ।
ଆଶାଙ୍କ ୧୦ ବର୍ଷ ବୟସରେ ଆରମ୍ଭ ହୋଇଥିବା ସଙ୍ଗୀତ ଯାତ୍ରା ଐତିହାସିକ ଥିଲା। ସେ ପର୍ଯ୍ୟନ୍ତ ୧୨,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ଆଶା ତାଇଙ୍କ ବ୍ୟକ୍ତିଗତ ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା। ତାଙ୍କୁ ୧୬ ବର୍ଷ ହୋଇଥିବାବେଳେ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ନିଜ ଠାରୁ ୧୬ ବର୍ଷ ବଡ ଗଣପତି ରାଓ ଭୋସଲେଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ୧୧ ବର୍ଷ ଧରି ଚାଲିଥିଲା ଏବଂ ଉଭୟ ଅଲଗା ହୋଇଗଲେ। ୨୦ ବର୍ଷ ଏକୁଟିଆ ରହିବା ପରେ ଆଶା ଭୋସଲେ ଦ୍ୱିତୀୟ ଥର ପାଇଁ ଆରଡି ବର୍ମନଙ୍କୁ ବିବାହ କରିଥିଲେ। ଆରଡି ବର୍ମନ ଅର୍ଥାତ୍‌ ପଞ୍ଚମ ଦା’ ଆଶା ଜୀ ଠାରୁ ୬ ବର୍ଷ ସାନ ଥିଲେ। ଏହା ମଧ୍ୟ ପଞ୍ଚମ ଦାଙ୍କର ଦ୍ୱିତୀୟ ବିବାହ ଥିଲା। ଉଭୟ ନିଜ ବିବାହରେ ବହୁତ ଖୁସି ଥିଲେ କିନ୍ତୁ ୧୪ ବର୍ଷ ପରେ ପଞ୍ଚମ ଦା’ଙ୍କର ଦେହାନ୍ତ ହୋଇଥିଲା।
ଖୁବ କମ ଲୋକ ଜାଣନ୍ତି ଯେ ତାଙ୍କ ଗୀତ କ୍ୟାରିଅର୍‌ ବ୍ୟତୀତ ଆଶା ତାଇ ଏକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ନାମ ଥିଲା ମାଇ ଥିଲା। ଏହା ୨୦୧୩ରେ ମୁକ୍ତିଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri