ସୁଖ ସମୃଦ୍ଧି ପାଇଁ ବାସ୍ତୁ

ପରିବାରରେ ଶାନ୍ତି, ସୁଖ ସମୃଦ୍ଧି ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ଆମେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥାଉ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ସରଳ ଟିପ୍ସ ସମ୍ପର୍କରେ କୁହାଯାଇଛି; ଯାହାକୁ ଆପଣେଇ ଘରର ସୁଖଶାନ୍ତିକୁ ବୃଦ୍ଧି କରିହେବ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରବେଶ ଦ୍ୱାରରେ କେବେ ବି ଡଷ୍ଟବିନ୍‌ ରଖିବା ଉଚିତ୍‌ ନୁହେଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଯଦ୍ଦ୍ବାରା ମାନ ସମ୍ମାନ ମଧ୍ୟ ହାନି ହୋଇଥାଏ।
* କେବେ ବି ଶେଯ ଉପରେ ବସିକି ଖାଇବା ଠିକ୍‌ ନୁହେଁ। ଏହାଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି।
* ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରିବା ସହ ଅଇଁଠା ବାସନକୁ ମଧ୍ୟ ମାଜିଦେବା ଆବଶ୍ୟକ। ଏପରି କଲେ ମାତା ଅନ୍ନପୂର୍ଣ୍ଣା ଓ ଦେବୀ ଲକ୍ଷ୍ମୀଙ୍କର କୃପା ମିଳେ।
* ବାଥ୍‌ରୁମ୍‌ରେ କେବେ ବି ଖାଲି ବାଲ୍ଟି ରଖିବା ଠିକ୍‌ ନୁହେଁ। ଗୋଟିଏ ବାଲ୍ଟିରେ ପାଣି ରଖିବା ସହ ଅନ୍ୟ ବାଲ୍ଟିଗୁଡ଼ିକୁ ଓଲଟାଇକି ରଖିବା ଶୁଭ ହୋଇଥାଏ।
* ମୁଖ୍ୟଦ୍ୱାରରେ ମଙ୍ଗଳ କଳସ ରଖିବା କିମ୍ବା ପ୍ରଭୁ ଗଣେଶଙ୍କର ପ୍ରତିମା ସ୍ଥାପନା କରିବା ଅଥବା ମୁଖ୍ୟଦ୍ୱାରର କବାଟରେ କିମ୍ବା କାନ୍ଥରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।
* ପ୍ରତ୍ୟେକ ଦିନ ଠାକୁର ପୂଜା ସମୟରେ ଘରେ କର୍ପୂର ଆଳତି କରିବା ଦ୍ୱାରା ସକାରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇ ସୁଖଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।