ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ ପାଳନ କରାଯିବ। ଏହାକୁ ନେଇ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଥିଲେ ମଧ୍ୟ ନିଜ ନିଜ ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଜୟନ୍ତୀ ପାଳନ ପାଇଁ ଲାଗିପଡିଛନ୍ତି। ପୂର୍ବବର୍ଷ ଭଳି ସମଗ୍ର ସହର ହନୁମାନ ଝଣ୍ଡାରେ ଗୈରିକମୟ ହୋଇଉଠିଛି। ଲୋକମାନେ ମଧ୍ୟ ନିଜନିଜ ଘର ଉପରେ ବା ଯାନବାହନରେ ଛୋଟ ଛୋଟ ଗୈରିକ ଝଣ୍ଡା ଲଗାଇ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି।
ଜୟନ୍ତୀ ପାଇଁ ବିଭିନ୍ନ ହନୁମାନ ମନ୍ଦିରକୁ ଉଜ୍ଜ୍ୱଳ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଭକ୍ତଙ୍କ ଦର୍ଶନାର୍ଥେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ବ୍ରୁକ୍ସହିଲରେ ଥିବା ରାମମନ୍ଦିରକୁ ରଙ୍ଗିନ ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି। ହନୁମାନ ଜୟନ୍ତୀରେ ସଂଘଟିତ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଚଳିତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି। ହେଲେ ବିଭିନ୍ନ ପଡ଼ା ଓ ହନୁମାନ ମନ୍ଦିର କମିଟି ପକ୍ଷରୁ ନିଜ ଅଞ୍ଚଳରେ ହନୁମାନ ଜୟନ୍ତୀ ପାଳନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଗତବର୍ଷର ହିଂସାକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଗୁଆ ପଦକ୍ଷେପ ସ୍ବରୂପ ଦିନକ ପୂର୍ବରୁ ସହରର ପ୍ରମୁଖ ଛକମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏପରି କି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ସେହିପରି ପୀରବାବା ଛକ, ଜିଲାସ୍କୁଲ ଛକ, ଭୁତାପଡ଼ା ଛକ, ଗୋଲବଜାର ଛକ, ଲକ୍ଷ୍ମୀଟକିଜ୍‌ ଛକ ଆଦି ସମ୍ବେଦନଶୀଳ ସ୍ଥାନରେ ପୋଲିସ ସୁରକ୍ଷା ବାହିନୀ ତମ୍ବୁ ପକାଇ ଅହୋରାତ୍ର ପହରା ଦେଉଛନ୍ତି। ସମଗ୍ର ସହରରେ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ୧୫ ପ୍ଲାଟୁନ୍‌ ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡିଏସ୍‌ପି ପାହ୍ୟା ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri