ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ଭୁବନେଶ୍ୱର,୨୦ା୧(ସତ୍ୟଜିତ୍‌ ରାଉତ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେବା ସହ ନାମ ପରିବର୍ତ୍ତନ କରି ବଡ଼ବଡ଼ିଆଙ୍କୁ ଠକିଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ ଓ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି। ଏପଟେ ପୋଲିସ ତଦନ୍ତରୁ ଏମାନଙ୍କ କଳା ସାମ୍ରାଜ୍ୟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେବଳ ଠକେଇ ନୁହେଁ, ହଂସିତା ଓ ଅନିଲ ଯୁବତୀ ଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଇନ୍‌ଫୋସିଟି ଥାନାରେ ଉଭୟଙ୍କ ନାଁରେ ଦ ଇମୋରାଲ ଟ୍ରାଫିକ୍‌ (ପ୍ରିଭେନସନ୍‌) ଆକ୍ଟ ୧୯୫୬ର ଦଫା ୫, ଆଇଟି ଆକ୍ଟ ୨୦୦୦ର ଦଫା ୬୭ ଓ ଆଇପିସି ଦଫା ୧୨୦-ବିରେ ମାମଲା (ନଂ.୧୪/୨୦୨୫) ରୁଜୁ ହୋଇଛି। ପୂର୍ବ ମାମଲାର ତଦନ୍ତ ଅଧିକାରୀ ଦାୟିତ୍ୱରେ ଥିବା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ (ଏସ୍‌ସିୟୁ)ର ଇନ୍ସପେକ୍ଟର ମାନସ କୁମାର ସ୍ବାଇଁ ଘଟଣାର ଅନୁସନ୍ଧାନ କରୁଥିବାବେଳେ ଏହି ଆପରାଧିକ ଦିଗ ଜାଣିବାକୁ ପାଇଥିଲେ। ଏନେଇ ସେ ଇନ୍‌ଫୋସିଟି ଥାନାରେ ଏତଲା ଦେବା ପରେ ନୂଆ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ କୋର୍ଟକୁ ମଧ୍ୟ ଅବଗତ କରାଯାଇଛି। ଏହି ମାମଲାକୁ ଲଗାଇ ହଂସିତାଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୩ରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ବେଳେ ହଂସିତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ମିଳିଛି। ଏଥିସହ ବିଭିନ୍ନ ଗ୍ରାହକ ଓ ଏଜେଣ୍ଟଙ୍କ ସହ ଯୁବତୀଙ୍କ ଫଟୋ ପଠାଇ ଟଙ୍କା ଡିଲ୍‌ କରାଯାଇଥିବା ମଧ୍ୟ ଚାର୍ଟରୁ ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ। ଏହି ପାର୍ଟିରେ ଯୋଗ ଦେଉଥିବା ବହୁ ବଡ଼ବଡ଼ିଆ ଅତିଥିମାନଙ୍କୁ ଯୁବତୀ ଭେଟି ଦିଆଯାଉଥିବା ପୋଲିସ ପ୍ରମାଣ ପାଇଛି। ପୂର୍ବରୁ ଠକେଇ, ପାସ୍‌ପୋର୍ଟ ଜାଲିଆତି ଅଭିଯୋଗ ରହିଥିବା ବେଳେ ଏବେ ବେଆଇନ ଯୁବତୀ ଚାଲାଣ ମାମଲାରେ ହଂସିତା ଫସିଛନ୍ତି। ଆସନ୍ତା ମଙ୍ଗଳବାର ହଂସିତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହି ଯୁବତୀ ଚାଲାଣ ମାମଲା ତାଙ୍କ ଅଡୁଆ ବଢ଼ାଇପାରେ କୁହାଯାଉଛି।
ସୂଚନାଯୋଗ୍ୟ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ କରି କମିଶନରେଟ ପୋଲିସ ହଂସିତା ଏବଂ ଅନିଲଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କ ଅନେକ କୋଟିର ଦାମୀ ଗାଡ଼ି ସହ ସମ୍ପତ୍ତି ଠାବ କରିଥିଲା ପୋଲିସ ଓ ଆୟକର ବିଭାଗ। ଏପରିକି ଅନିଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଏବଂ ଆୟକର ବିଭାଗଠାରୁ ଇଡି ସଂଗ୍ରହ କରି ନେବା ସହ ଆର୍ଥିକ ଦିଗ ଉପରେ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri