ବିବାହ ବନ୍ଧନରେ ବାନ୍ଧିହେଲେ ହଂସିକା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା ହଂସିକା ମୋଟୱାନି କିଛି ଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଶେଷରେ ରବିବାର ହଂସିକା ତାଙ୍କ ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ସୋହେଲ କଥୁରିୟାଙ୍କୁ ଜୟପୁରର ମୁଣ୍ଡୋତା ଫୋର୍ଟ ଆଣ୍ଡ ପ୍ୟାଲେସରେ ବିବାହ କରିଛନ୍ତି । ଏହି ବିବାହର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେଉଛି । ତେବେ ଏହି ବିବାହାରେ କେବଳ ପରିବାର ସଦସ୍ୟ ଓ ଅତି ନିକଟତମ ବନ୍ଧୁମାନେ ଯୋଗ ଦେଇଥିବା ସୂଚନା ରହିଛି । ବିବାହରେ ହଂସିକା ଲାଲ ଲେହେଙ୍ଗା ପିନ୍ଧିଥିବା ବେଳେ ସୋହେଲ ଅଲ-ଆଇଭରି ଶେରୱାନୀରେ ନଜର ଆସିଥିଲେ । ବିବାହର ପ୍ରଥମ ଫଟୋରେ ହଂସିକା ତାଙ୍କ କନ୍ୟା ଯାତ୍ରୀଙ୍କ ସହ ପୋଜ ଦେଉଥିବା ଦେଖାଯାଇଥିଲା । ବିବାହ ମଣ୍ଡପରେ ଏଣ୍ଟ୍ରି କରିବାର ଏକ ଭିଡିଓ ଫ୍ୟାନକ୍ଲବ ଓ ଫ୍ୟାନ ପେଜ ଦ୍ୱାର ଶେୟାର କରାଯାଇଥିବା ଦେଖାଯାଇଛି ।
ସେହିପରି ବରଣମାଳା ପିନ୍ଧିବା ସମୟରେ ଏକ ବିଶେଷ ଆୟୋଜନ କରାଯାଇଥିଲା । ଏହି ସମୟରେ ଚାରିପଟେ ବାଣ ଫୁଟିବା ସହ ଉଭୟ ଉଭୟଙ୍କୁ ମାଳ ପିନ୍ଧାଇଥିଲେ । ଏହାପରେ ଏମାନେ ପତ୍ନୀ-ପତି ଭଳି ହାତ ଧରିଥିବା ନଜର ଆସିଥିଲା । ହଂସିକା ଓ ସୋହେଲ ସିନ୍ଧି ପରମ୍ପରା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପୂର୍ବରୁ ଏମାନଙ୍କ ପ୍ରିୱେଡିଂର କିଛି ଫଟୋ ଓ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି କପଲ ଏକ ସୁଫି ନାଇଟର ଆୟୋଜନ କରିଥିବା ବେଳେ ପ୍ରି ୱେଡିଂ ଅଲ-ଥିମ ପାର୍ଟି, ଏହାପରେ ହଲଦି ସେରିମନି ରଖିଥିଲେ । ଶୁକ୍ରବାର ହଂସିକାଙ୍କ ମେହେନ୍ଦି ସେରିମନି ଥିଲା । ଅଭିନେତ୍ରୀଙ୍କ ବିବାହ ଉତ୍ସବ ଗତ ସପ୍ତାହରେ ମାତାଙ୍କ ମନ୍ଦିରରୁ ଆରମ୍ଭ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri