୧୭ ବର୍ଷ ଧରି ଲିଭ୍‌ ଇନ୍‌, ୨ ସନ୍ତାନର ପିତା ହେବା ପରେ ବିବାହ କଲେ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ୫୪ ବର୍ଷୀୟ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଧୁନିକ ପ୍ରେମକାହାଣୀ। ଦୀର୍ଘ ୧୭ ବର୍ଷ ଧରି ସଫିନା ହୁସୈନଙ୍କ ସହ ଲିଭ୍‌ ଇନ୍‌ରେ ରହିବା ପରେ ଶେଷରେ ବିବାହ କରିଛନ୍ତି ସେ। ମେ’ ୨୫ରେ ଉଭୟ କୋର୍ଟ ମ୍ୟାରେଜ କରିବା ପରେ ସେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

୧୭ ବର୍ଷ ପରେ ଦୁଇ ପିଲାଙ୍କୁ ବଡ ହେବା ଦେଖି ଏବଂ ନିଜ ସ୍ବପ୍ନର ପିଛା କରି ଶେଷରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ। ଜୀବନ ସର୍ବଦା ହଠାତ ଏବଂ ଯୋଜନାବଦ୍ଧ ନ ଥିଲା। ହେଲେ ଆମର ପ୍ରତିଶ୍ରୁତି ସତ୍ୟ ଥିଲା। ଶେଷରେ ପ୍ରେମ ଜିତିଗଲା ବୋଲି ହଂସଲ ଫଟୋ କ୍ୟାପଶନରେ ଲେଖିଛନ୍ତି।

କହିରଖୁଛୁ, ହଂସଲ ସୁନୀତା ମେହେଟ୍ଟାଙ୍କୁ ପ୍ରଥମେ ବିବାହ କରିଥିଲେ। ଏବେ ସେ ସଫିନାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ସଫିନା ଅଭିନେତା ୟୁସୁଫ ହୁସୈନଙ୍କ ଝିଅ। ପେସାରେ ସେ ଜଣେ ସାମାଜିକ କର୍ମୀ। ଉଭୟଙ୍କର ଦୁଇ ଝିଅ କିମାୟା ଏବଂ ରିହାନା ଅଛନ୍ତି। ମୋଟାମୋଟି ଦେଖିଲେ ହଂସଲ ଚାରି ସନ୍ତାନର ପିତା।

Share