Posted inଖେଳ

ପଡ଼ିଆରେ ୯୭୦ ମିନିଟ୍‌ ଯାଏ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ଆଜି ବି ରହିଛି…

ନୂଆଦିଲ୍ଲୀ,୨୩।୧: ବିଶ୍ୱସ୍ତରୀୟ କ୍ରିକେଟରେ ସର୍ବକାଳୀନ ଶ୍ରେଷ୍ଠ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ହନିଫ ମହମ୍ମଦ। ଗୁଜରାଟର ଜୁନାଗଡ଼ରେ ଜନ୍ମ ହୋଇଥିବା ହନିଫ ୧୯୫୨ରେ ଭାରତ ବିପକ୍ଷରେ ଅନ୍ତଃର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ସମୟରେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ବିବେଚନା କରାଯାଉଥିଲା। ସେ ୫୫ ଟେଷ୍ଟ ମ୍ୟାଚ୍‌ ଖେଳି ହାରାହାରି ୪୩.୯୮ରେ ୩,୯୧୫ ରନ୍‌ ସ୍କୋର କରିଥିଲେ। ଏଥିରେ ୫୫ ଶତକ ଏବଂ ୬୬ ଅର୍ଦ୍ଧଶତକ ରହିଥିଲା।

ହନିଫ ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ହେଲେ ୧୯୫୮ରେ ବାରବାଡୋସ୍‌ରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ସ୍ମରଣୀୟ ହୋଇ ରହିଛି। ୧୯୫୮ ଜାନୁୟାରୀ ୨୩ରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ୩୩୭ ରନ୍‌ କରିଥିଲେ। ଏହାଛଡ଼ା ଦଳକୁ ପରାଜୟରୁ ରକ୍ଷା କରିବାକୁ ନେଇ ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ।

ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ର କନାର୍ଡ ହଣ୍ଟ(୧୪୨) ଏବଂ ଏଭର୍ଟନ ଭିକ୍ସ(୧୯୭)ର ଶତକୀୟ ପାଳି ଯୋଗୁ ୯ ଉଇକେଟରେ ୫୭୯ ରନ୍‌ରେ ପାଳି ଘୋଷଣା କରିଥିଲା। ପରେ ଅତିଥି ପାକିସ୍ତାନ ଟିମ୍‌କୁ ୧୦୨ ରନ୍‌ରେ ଅଲଆଉଟ୍‌ କରିବା ପରେ ଫଲୋଅନ୍‌ ଖେଳିବାକୁ ବାଧ୍ୟ କରିଥିଲା। ସେତେବେଳେ ପାକିସ୍ତାନୀ ଟିମ୍‌ ଇନିଂସ ପରାଜୟର ଆଶଙ୍କା ସୃଷ୍ଟି ହୋଇଥିଲା। ଏଭଳି ସମୟରେ ପ୍ରଥମ ଇନିଂସରେ ୧୭ ରନ୍‌ କରିଥିବା ହନିଫ୍‌ ପଡ଼ିଆକୁ ଓହ୍ଲାଇଥିଲେ। ବ୍ୟାଟ୍ସମ୍ୟାନ୍‌ ଇମ୍‌ତିଆଜ୍‌ ଅହମ୍ମଦଙ୍କ ସହ ମିଶି ସେ ୧୫୨ରନ୍‌ର ଭାଗିଦାରୀ କରିଥିଲେ। ଇମ୍‌ତିଆଜ୍‌(୯୧)ଙ୍କ ଉଇକେଟ ଯିବା ପରେ ହନିଫ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୧ ରନ୍‌ କରି ଅପରାଜିତ ଥିଲେ। ତୃତୀୟ ଦିନରେ ପାକିସ୍ତାନର ସ୍କୋର ୧୬୨/୧ ଥିଲା।

ମ୍ୟାଚ୍‌ର ଚତୁର୍ଥ ଦିନ ହନିଫ ଦିନସାରା ପିଚ୍‌ରେ ରହି ନିଜର ଶତକ ପୂରଣ କରିଥିଲେ। ଦଳର ସ୍କୋର ୩୩୯/୨ ଥିବା ବେଳେ ବ୍ୟକ୍ତିଗତ ଭାବେ ସେ ୧୬୧ ରନ୍‌ କରିଥିଲେ। ପଞ୍ଚମ ଦିନରେ ମଧ୍ୟ ହନିଫ୍‌ଙ୍କ ମାରାଥନ ଇନିଂସ ଜାରି ରହିଥିଲା। କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ସେ ଅପରାଜିତ ୨୭୦ ରନ୍‌ କରିଥିଲେ। ପଞ୍ଚମ ଦିନରେ ଦଳର ସ୍କୋର ୫୨୫/୩ରେ ପହଞ୍ଚିଥିଲା।

ଷଷ୍ଠ ଦିନ ହନିଫ ନିଜର ତ୍ରିଶତକ ପୂରଣ କରିଥିଲେ। ହନିଫ ୯୭୦ ମିନିଟ୍‌ ଅର୍ଥାତ ୧୬ ଘଣ୍ଟା ୧୦ ମିନିଟ ବ୍ୟାଟିଂ ପରେ ୩୩୭ ରନ୍‌ କରି ଆଉଟ୍‌ ହୋଇଥିଲେ। ହନିଫ ଟେଷ୍ଟ କ୍ରିକେଟରେ ଶତକ କରିଥିବା ଏସିଆର ପ୍ରଥମ ଖେଳାଳି ପାଲଟିଥିଲେ। ନିଜ ପାଳିରେ ସେ ୨୪ଟି ଚଉକା ମାରିଥିଲେ। ତାଙ୍କ ପାଇଁ ଫଲୋଅନ୍‌ ଖେଳୁଥିବା ପାକିସ୍ତାନୀ ଟିମ୍‌ ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲା। ଏହାକୁ ୬୩ ବର୍ଷ ବିତିଥିଲେ ହେଁ ଆଜି ବି ହନିଫ୍‌ଙ୍କ ବିଶ୍ୱ ରେକର୍ଡ ପୂର୍ବବତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri