ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାର୍ଶାଘାଇ,୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଅଙ୍ଗୁଳାଇ ପଞ୍ଚାୟତ ମାଟିଆସାହି ବାସଭବନରେ ସମିତି ସଭ୍ୟା ଗୀତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ମାର୍ଶାଘାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଗୀତା ଗତ ପଞ୍ଚାୟତ ନିର୍ବାଚନରେ ଦୁମୁକା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତା ହୋଇଥିଲେ।