ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

ଖୋର୍ଦ୍ଧା/ବେଗୁନିଆ,୧୮ା୪(ପ୍ରଭାତ ପାଣିଗ୍ରାହୀ/ସନ୍ଧ୍ୟାରାଣୀ ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୌଡ଼ପାଟଣା ନିକଟ ଖୁଣ୍ଟବନ୍ଧ ଗ୍ରାମର ଏକ ବିଲରେ ଥିବା ଗଛ ଡାଳରେ ଗୋଟିଏ ଓଢ଼ଣିରେ ଝୁଲୁଥିବା ଅବସ୍ଥାରେ ୨ଟି ମୃତଦେହକୁ ଗୁରୁବାର ପୋଲିସ ଜବତ କରିଛି। ମୃତକମାନେ ହେଲେ ରାଜସୁନାଖଳା ଗୋପୀନାଥପୁର ସାହିର ଅଜୟ କୁମାର ପ୍ରଧାନ (୪୩) ଏବଂ ଶାନ୍ତିଲତା ମହାପାତ୍ର। ଘଟଣାସ୍ଥଳ ନିକଟରୁ ପୋଲିସ ଏକ ସ୍କୁଟି ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାପରେ ଏଠାରେ ସେମାନଙ୍କୁ ଟାଙ୍ଗି ଦିଆଯାଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଜସୁନାଖଳାରେ ଅଜୟଙ୍କ ଏକ ଗ୍ୟାରେଜ ରହିଥିବା ବେଳେ ଶାନ୍ତିଲତା ଏକ ବିୟୁଟି ପାର୍ଲର କରିଛନ୍ତି। ପୋଲିସ ମୃତକଙ୍କ ପରିବାରଙ୍କ ଅଭିଯୋଗକ୍ରମେ ପୃଥକ୍‌ଭାବେ ଦୁଇଟି ଅପମୃତ୍ୟୁ ମାମଲା (ନଂ.୮ ଏବଂ ୯/୨୫) ରୁଜୁକରି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ଗତ କିଛି ବର୍ଷ ତଳେ ଅଜୟ ଓ ଶାନ୍ତିଲତା ପରସ୍ପରକୁ ଭଲ ପାଉଥିଲେ। ଏପରିକି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସମ୍ପର୍କ ଛିନ୍ନ ହୋଇଥିଲା। ପରେ ଉଭୟ ଅନ୍ୟତ୍ର ବିବାହ କରିଥିଲେ। ଉଭୟଙ୍କ ପୁଅଝିଅ ମଧ୍ୟ ଅଛନ୍ତି। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଶାନ୍ତିଲତା ତାଙ୍କ ସ୍ବାମୀଙ୍କୁ ଛାଡ଼ି ଆସି ଗ୍ରାମରେ ରହିଥିଲେ। ଏହା ପରେ ପୁଣି ଅଜୟ ଓ ଶାନ୍ତିଲତାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ପୂର୍ବ ସ୍ମୃତିକୁ ମନେପକାଇ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ।

ଏନେଇ ଉଭୟ ପରିବାରରେ ଅସନ୍ତୋଷ ଲାଗି ରହିଥିଲା। ସିକୋ ଫାଣ୍ଡିରେ ଏହାର ସମାଧାନ ପାଇଁ ଗୁରୁବାରକୁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଲୋକଲଜ୍ଜା, ମାନସିକ ସ୍ତରରେ ଭାରସାମ୍ୟ ହରାଇ ବୁଧବାର ରାତିରେ ଉଭୟ ଏକ ସ୍କୁଟିରେ ଉକ୍ତ ସ୍ଥାନକୁ ଆସି ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ଗୋଡ଼ ଭୂଇଁକୁ ଲାଗି ରହିଥିବାବେଳେ ଏକ ସରୁ ଗଛ ଡାଳରେ ଉଭୟଙ୍କ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି। ସିକୋ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ଜଙ୍କିଆ ଥାନାଧିକାରୀ ସୁଶାନ୍ତ କୁମାର ବେହେରା ପ୍ରମୁଖ ପହଞ୍ଚି ସ୍କୁଟି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri